ଅପରାଧ

ଚୋରି ଅଭିଯୋଗରେ ୩ ଗିରଫ – Ibnodisha

[ad_1]

ଭୁବନେଶ୍ୱର:  ଲୁହା ପାଇପ୍ ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୁଲିସ । ସେମାନେ ହେଲେ ମାନସ ନାୟକ(୨୭) ମକରଧ୍ୱଜ ଦାସ(୨୩) ଏବଂ ଜୟନ୍ତ ହଂସ(୨୬) । ସୂଚନାଯୋଗ୍ୟ ଯେ, ଶୁଭେନ୍ଦୁ ମୁଦୁଲ ନାମକ ବ୍ୟକ୍ତି ଆସୋଟେକ ଗ୍ରୁପ୍ କୋମ୍ପାନିରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି । ଉକ୍ତ କମ୍ପାନୀ ଦ୍ୱାରା ଏୟାରପୋର୍ଟ ଥାନା ଅନ୍ତର୍ଗତ ଭୀମପୁର ମୌଜାରେ ଗୋଟିଏ ରେସିଡେନ୍ସିଆଲ୍ କମ୍ପେ୍ଲକ୍ସର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବୈଷୟିକ ଏବଂ ଆଇନ୍ ସମ୍ବନ୍ଧୀୟ ସମସ୍ୟା ହେତୁ ଗତ ୩ ବର୍ଷରୁ ଅଧିକ ସମୟ ହେବ ସେଠାରେ କାର୍ଯ୍ୟ ବନ୍ଦ ରହଛି । ଏନେଇ ଉକ୍ତ କମ୍ପାନୀ ସେଠାରେ କିଛି ସୁରକ୍ଷାକର୍ମୀଙ୍କୁ ନିଯୋଜିତ କରାଇଥିଲା । ଗତ କାଲି ଉକ୍ତ ଅଭିଯୁକ୍ତ ସୁରକ୍ଷାକର୍ମୀମାନେ ସେମାନଙ୍କ ପୂର୍ବରୁ ସେଠାରେ ନିଯୋଜିତ ହୋଇଥିବା କିଛି ସୁରକ୍ଷାକର୍ମୀଙ୍କ ସହିତ ମିଶି ଉକ୍ତ ନିର୍ମାଣଧୀନ ସ୍ଥାନରୁ କିଛି ମୂଲ୍ୟବାନ କାଷ୍ଟ ଲୁହା ପାଇପ୍କୁ ଚୋରୀ କରିଥିଲେ ।

ଏବଂ ରାସ୍ତାରେ ଯାଉଥିବା ଗୋଟିଏ ଟାଟା ଏସିଇ ଗାଡିକୁ ଅଟକାଇ ସେଥିରେ ବୋହି ନେଇ ଯିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ଉକ୍ତ କମ୍ପାନୀର କିଛି କର୍ମଚାରୀ ଦେଖିନେଇଥିଲେ ଏବଂ ଅଭିଯୁକ୍ତମାନଙ୍କୁ କାବୁ କରିନେଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ କୌଶଳକ୍ରମେ ଖସି ପଳାଇଥିଲେ । ଏନେଇ ଏୟାରପୋର୍ଟ ଥାନାରେ ଲିଖତ ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ହେପାଜତରୁ ୭ଟି କାଷ୍ଟ ଲୁହା ପାଇପ୍ ଜବତ କରିଥିଲେ । ପଚରାଉଚରା ବେଳେ ସେମାନେ ସେମାନଙ୍କର ଅପରାଧ ସ୍ୱୀକାର କରିଥିଲେ । ତେଣୁ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button