ଅପରାଧ

୫୦୫ କେଜି ଗଞ୍ଜେଇ ଜବତ – Ibnodisha

[ad_1]

କୋରାପୁଟ : କୋରାପୁଟ ମାଛକୁଣ୍ଡ ପୋଲିସକୁ ମିଳିଲା ବଡ ସଫଳତା । ଚୋରାଚାଲାଣ କରାଯାଉଥିବା ଗଞ୍ଜେଇକୁ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ,ଗଞ୍ଜେଇ ମାଫିଆମାନେ ବିପୁଳ ପରିମାଣରେ ଗଞ୍ଜେଇ ଗଛିତ କରି ରଖିଥିବା କୌଣସି ବିଶେଷ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ଏହି ଖବର ଜାଣିବା ପରେ ମାଛକୁଣ୍ଡ ଥାନା ଅଧୀନ ହନୁମାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ପୋଲିସ୍ ଏକ ଟିମ ଚଢାଉ କରିଥିଲା। ଚଢ଼ଉବେଳେ ପୋଲିସ ସେଠାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିଲା । ସେଠାରେ ପ୍ରାୟ ୧୫ଟି ଜରି ବସ୍ତାରେ ଗଚ୍ଛିତ ଗଞ୍ଜେଇ ରଖାଯାଇଥିଲା। ସବୁ ଗଞ୍ଜେଇକୁ ଓଜନ କରିବାରୁ ୫୦୫ କେଜି ୨୦୦ ସହ ଗ୍ରାମ ଥିବା ଜଣାପଡିଛି। କିନ୍ତୁ ପୋଲିସକୁ ଦେଖି ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇଯାଇଥିଲେ । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି । ଏଥିସହ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button