ଅପରାଧ

ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ : ୧୦ ଗିରଫ – Ibnodisha

[ad_1]

ରାୟପୁର: ଛତିଶଗଡର ରାୟପୁରରେ ଦୁଇ ଭଉଣୀଙ୍କୁ ଗଣବଳାତ୍କାର କରାଯିବା ଅଭିଯୋଗରେ ପୁଲିସ ଜଣେ ବରିଷ୍ଠ ବିଜେପି ନେତାଙ୍କ ପୁଅ ସହ ୧୦ଜଣଙ୍କୁ ଗିରଫ କରିଛି। ଗୁରୁବାର ରକ୍ଷାବନ୍ଧନ ଅବସରରେ ଦୁଇ ଭଉଣୀ ଭାଇଙ୍କ ସହିତ ମୋଟର ସାଇକଲରେ ଫେରୁଥିବାବେଳେ ତିନିଜଣ ଯୁବକ ସେମାନଙ୍କୁ ପିଛା କରିଥିଲେ। ଭାନସୋଜ ଅଞ୍ଚଳରେ ଯୁବକମାନେ ସେମାନଙ୍କୁ ଅଟକାଇବା ସହ ସେମାନଙ୍କଠାରୁ ମୋବାଇଲ ଫୋନ ଛଡାଇ ନେଇଥିଲେ।

ଏହି ସମୟରେ ଅନ୍ୟ ଚାରିଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଭାଇକୁ ମାଡ ମାରି ଦୁଇ ଭଉଣୀଙ୍କୁ ଗଣବଳାତ୍କାର କରିଥିଲେ। ଅଭିଯୁକ୍ତମାନେ ଫେରାର ହୋଇଯିବା ପରେ ଦୁଇ ପୀଡିତା ଥାନାରେ ଅଭିଯୋଗ କରିଥିଲେ। ଏସପି, ଡିଏସପି ଓ ୬ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ପୁଲିସ ଟିିମ୍ ବିଭିନ୍ନ ସ୍ଥାନରେ ଚଢଉ କରି ୧୦ଜଣଙ୍କୁ ଗିରଫ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ପୁନମ୍ ଠାକୁର ହେଉଛି ବିଜେପି ନେତା ଲକ୍ଷ୍ମୀ ନାରାୟଣ ସିଂହଙ୍କ ପୁଅ। ପୁନମ ନାମରେ ପୂର୍ବରୁ ବହୁ ମାମଲା ରହିଛି। ସେ ଚଳିତ ମାସରେ ଜେଲ୍‌ରୁ ଜାମିନରେ ମୁକୁଳିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button