ଅପରାଧ

ପଶ୍ଚିମବଙ୍ଗରେ ପ୍ରେମ, ପୁରୀରୁ ଫେରାର୍‌: ବାଲେଶ୍ୱରରୁ ବନ୍ଧାହେଲା ପ୍ରେମିକ – Ibnodisha

[ad_1]

ପୁରୀ: ପଶ୍ଚିମବଙ୍ଗରେ ନାବାଳିକାକୁ କରିଥିଲା ପ୍ରେମ । ପୁରୀ ଆସି ନାବାଳିକାକୁ ନେଇ ଚମ୍ପଟ ମାରିଲା । ହେଲେ ବାଲେଶ୍ୱରରୁ ବାନ୍ଧିଲା ପୁରୀ ଟାଉନ୍‌? ଥାନା ପୁଲିସ । ଶେଷରେ ପକ୍‌ସୋ ଆକ୍ଟରେ ଫସିଛି ପ୍ରେମିକ । ଏଭଳି ଏକ ଘଟଣା ପୁରୀରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ଜଣକ ହେଲା ପଶ୍ଚିମବଙ୍ଗ ପୁରୁଲିଆର ବିଷ୍ଣୁ କୁମାର ସିଂହ (୨୬) । ପୁଲିସ କହିଛି ଯେ, ପୁରୁଲିଆର ଜଣେ ନାବାଳିକାକୁ ବିଷ୍ଣୁ ପ୍ରେମ କରୁଥିଲା । ଇନ୍‌ଷ୍ଟାଗ୍ରାମ୍‌ରୁ ଉଭୟଙ୍କ ପ୍ରେମ ହୋଇଥିଲା । ଏହା ଜାଣିବା ପରେ ନାବାଳିକା ଠାରୁ ଫୋନ୍ ଛଡ଼ାଇ ନେଇଥିଲେ ବାପା । ହେଲେ ମା’ଙ୍କ ମୋବାଇଲ୍‌ରେ ମେସେଜ୍ କରି ପ୍ରେମିକ ସହ କଥା ହେଉଥିଲା ନାବାଳିକା । ବାପା ମା’ଙ୍କ ସହ ନାବାଳିକା ପୁରୀ ବୁଲିବାକୁ ଆସିଥିଲା ।

ସେମାନଙ୍କୁ ପିଛା କରି ବିଷ୍ଣୁ ମଧ୍ୟ ପୁରୀ ଆସିଥିଲା । ୨ ତାରିଖ ରାତିରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦୋଳମଣ୍ଡପ ସାହି ଦେଇ ସମୁଦ୍ର କୂଳ ଆଡ଼କୁ ନାବାଳିକା ଓ ତା’ ବାପାମା’ ଫେରୁଥିଲେ । ସେମାନଙ୍କ ପାଖାପାଖି ଥିଲା ବିଷ୍ଣୁ । ଦୋଳମଣ୍ଡପ ସାହିରେ ମା’ ଥକାମାରି ବସିଯିବାବେଳେ ବାପାଙ୍କୁ କିଛି ଖାଦ୍ୟ ଆଣିବାକୁ ଦୂରକୁ ପଠାଇଥିଲା ନାବାଳିକା । ଏହାପରେ ବିଷ୍ଣୁ ସହ ନାବାଳିକା ଜଣକ ଚମ୍ପଟ ମାରିଥିଲା । ଝିଅ ନିଖୋଜ ହୋଇଥିବା ନେଇ ରାତି ୯ଟାରେ ଟାଉନ୍ ଥାନାରେ ଏତଲା ଦେଇଥିଲେ ନାବାଳିକାର ବାପା । ପୁଲିସ ତଦନ୍ତ କରି ବାଲେଶ୍ୱର ରେଳ ଷ୍ଟେସନ୍‌ରୁ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଥିଲା । ବୁଧବାର ସକାଳେ ଉଭୟଙ୍କୁ ନେଇ ଥାନାରେ ପହଞ୍ଚିବା ପରେ ନାବାଳିକାଙ୍କୁ ବାପାମା’ଙ୍କୁ ହସ୍ତାନ୍ତର କରିଥିଲା ପୁଲିସ । ପରେ ବିଷ୍ଣୁକୁ ପୁଲିସ ପକ୍‌ସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୋଲି କହିଛନ୍ତି ଆଇଆଇସି ସୁନୀଲ ପ୍ରଧାନ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button