ଅପରାଧ

କଲରାପତରିଆ ବାଘଛାଲ ଜବତ ଘଟଣା; ଗଞ୍ଜାମକୁ ଲମ୍ବିଛି ଚେର, ୫ଗିରଫ – Ibnodisha

[ad_1]

ବ୍ରହ୍ମପୁର: ଗଞ୍ଜାମରୁ କଟକକୁ ଲମ୍ବିଛି କଲରାପତରିଆ ବାଘ ଛାଲ ଚେର । ଗଞ୍ଜାମରୁ ବାଘ ଛାଲକୁ କିଣି ଅଧିକା ଟଙ୍କା ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ବନବିଭାଗ ହାତରେ ଧରାପଡିଛନ୍ତି ଅପରାଧୀ । ଏହିପରି ଏକ ବାଘଛାଲ ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି କଟକ ସିଟି ବନଖଣ୍ଡ । ଏହି ମାମଲାରେ ଗଜପତି ଜିଲ୍ଲାରୁ ଜଣେ ଏବଂ ଗଞ୍ଜାମ ଜିଲ୍ଲାରୁ ୪ ଜଣଙ୍କୁ ମିଶାଇ ମୋଟ ୫ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପାତ୍ରପୁର ଗ୍ରାମର ତିବତିଆ ପାଇକ, ଗଞ୍ଜାମ ଜିଲ୍ଲା କେ ନୁଆଗାଁ ଥାନା ବରିହା କୋଟର ଟୁକୁନା ପାଇକ, ପୁଜାରିପଲ୍ଲି ଗ୍ରାମର ଗୁରୁନାଥ ପାଇକ, ପାଟପୁର ଥାନା ନୂଆ କଂସାମାରି ଗ୍ରାମର ଗୌତମ ମଲ୍ଲିକ, ସିଙ୍ଗିପୁର ଗ୍ରାମର ଜିତେନ୍ଦ୍ର ପ୍ରଧାନ । ସେହିପରି ବାଘଛାଲ ସମେତ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରମୋଦ ଜେନା ଓ ରବି ନାରାୟଣ ବାରିକଙ୍କୁ ପୂର୍ବରୁ ବନ ବିଭାଗ ଗିରଫ କରିଥିଲା । ଏହିପରି ମୋଟ ୭ ଜଣଙ୍କୁ ବନ ବିଭାଗ ଗିରଫ କରିଛି ।

ସୂଚନା ମୁତାବକ କେନ୍ଦ୍ରାପଡ଼ା ଅଞ୍ଚଳର ଦୁଇ ଯୁବକ କଲରାପତରିଆ ବାଘ ଛାଲ ବିକ୍ରିକରିବା ପାଇଁ ଯୋଜନା କରୁଥିବା ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବୋର୍ଡ ଜାଣିବାକୁ ପାଇଥିଲା । ଏହାପରେ ସେମାନେ ଛଦ୍ମବେଶରେ ବାଘ ଛାଲ କିଣିବା ପାଇଁ କଟକର ଏକ ଘରୋଇ ହୋଟେଲ୍‌ରେ ଡିଲ୍ କରୁଥିବା ସମୟରେ ସେମାନଙ୍କୁ ବନ ବିଭାଗ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବୋର୍ଡର ମିଳିତ ଭାବେ ଗତ ୫ତାରିଖଡେ୍‌ଢଉ କରି ବାଘଛାଲ ଜବତ କରିବା ସହିତ ଅଭିଯୁକ୍ତ ରବି ଓ ପ୍ରମୋଦଙ୍କୁ ଗିରଫ କରିଥିଲେ । ଏହାପରେ ଉକ୍ତ ଛାଲଟି କେଉଁଠାରୁ ଆସିଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଥିଲା । ଗଞ୍ଜାମର ଜଣେ ବ୍ୟକ୍ତିଙ୍କଠାରୁ ଉକ୍ତ ବାଘ ଛାଲ କିଣିଥିବା ଅଭିଯୁକ୍ତ ରବି କହିଥିଲା । ପରେ ବନ ବିଭାଗ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍ ଗଞ୍ଜାମକୁ ଆସି ଏହାର ଖୋଲତାଡ଼ କରିଥିଲେ । ଏହି ସମୟରେ ବାଘ ଶିକାର ଓ ତାହାର ଚମଡ଼ାକୁ ଚାଲାଣ କରିବା ମାମଲାରେ ସମ୍ପୃକ୍ତ ଅନ୍ୟ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କଟକ ଏସଡିଜେଏମ୍‌ଙ୍କ କୋର୍ଟକୁ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button