ଖେଳ

ୟୁନାଇଟେଡ୍ ୱାର୍ଲ୍ଡ ରେସ୍‌ଲିଂର ବଡ଼ ନିଷ୍ପତ୍ତି; ଭାରତୀୟ କୁସ୍ତି ସଂଘର ନିଲମ୍ବନ ହଟିଲା – Ibnodisha

[ad_1]

ନୂଆଦିଲ୍ଲୀ : ୟୁନାଇଟେଡ୍ ୱାର୍ଲ୍ଡ ରେସ୍‌ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଏକ ବଡ଼ ନିଷ୍ପତ୍ତିକ୍ରମେ ମଙ୍ଗଳବାର ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫ୍‌ଆଇ) ଉପରେ ଲାଗିଥିବା ନିଲମ୍ବନକୁ ତତ୍କାଳ ପ୍ରଭାବରେ ହଟାଇ ଦେଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ବାଚନ କରାଇବାରେ ବିଫଳ ହେବାରୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ଗତବର୍ଷ ଅଗଷ୍ଟ ୨୩ରେ ଭାରତୀୟ କୁସ୍ତି ସଂଘର ସଦସ୍ୟତା ନିଲମ୍ବିତ କରିଥିଲା । ୟୁଡବ୍ଲ୍ୟୁଡବ୍ଲ୍ୟୁ ଫେବୃଆରୀ ୯ ତାରିଖରେ ଏକ ବୈଠକରେ ଡବ୍ଲ୍ୟୁଏଫ୍‌ଆଇର ନିଲମ୍ବନର ସମୀକ୍ଷା କରିବା ପରେ ନିଲମ୍ବନ ହଟାଇବାକୁ ନିଷ୍ପତ୍ତି ନେଇଥିଲା ।

ୟୁଡବ୍ଲ୍ୟୁଡବ୍ଲ୍ୟୁର ଏକ ବୟାନରେ କୁହାଯାଇଛି, ୱାର୍ଲ୍ଡ ରେସ୍‌ଲିଂ ବ୍ୟୁରୋ ଫେବୃଆରୀ ୯ ତାରିଖରେ ଅନ୍ୟ ବିଷୟ ବ୍ୟତୀତ ନିଲମ୍ବନର ସମୀକ୍ଷା ନିମନ୍ତେ ବୈଠକ କରିଥିଲା ଏବଂ ସୂଚନା ଉପରେ ବିଚାର କରି କେତେକ ସର୍ତ୍ତ ସହିତ ନିଲମ୍ବନ ହଟାଇବା ନିଷ୍ପତ୍ତି ନେଇଛି । ଏହି ସର୍ତ୍ତ ଅନୁସାରେ ଭାରତୀୟ କୁସ୍ତି ସଂଘକୁ ନିଜ ଆଥ୍‌ଲେଟ୍ କମିଶନ୍‌ର ପୁଣିଥରେ ନିର୍ବାଚନ କରାଇବାକୁ ପଡ଼ିବ । ଏହି କମିଶନ୍ ପାଇଁ ପ୍ରାର୍ଥୀ ସକ୍ରିୟ ଆଥ୍‌ଲେଟ୍ ହେବେ । ସେହିପରି ଚାରିବର୍ଷ ପୂର୍ବରୁ ଅବସର ନେଇଥିବା ଆଥ୍‌ଲେଟ୍ ନିର୍ବାଚନ ଲଢ଼ିପାରିବେ ନାହିଁ ।

ନିର୍ବାଚନ ୨୦୨୪ ଜୁଲାଇ ୧ ତାରିଖ ପୂର୍ବରୁ କୌଣସି ଟ୍ରାଏଲ୍ କିମ୍ବା ସିନିୟର୍ ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍ ଅବସରରେ କରାଇବାକୁ ହେବ । ଏହା ବ୍ୟତୀତ ସମସ୍ତ ଡବ୍ଲ୍ୟୁଏଫ୍‌ଆଇ ଆୟୋଜନ, ଅଲିମ୍ପିକ୍ କ୍ରୀଡ଼ା, ନାସ୍‌ନାଲ୍ ଏବଂ ଇଣ୍ଟରନାସ୍‌ନାଲ୍ ଟୁର୍ଣ୍ଣାମେଣ୍ଟ୍‌ରେ ବିନା ଭେଦଭାବରେ ଖେଳାଯିବା ସମ୍ପର୍କରେ ସଂଘକୁ ଏକ ଲିଖିତ ଗ୍ୟାରେଣ୍ଟି ଦେବାକୁ ପଡ଼ିବ । ସେହିପରି କୁସ୍ତି ସଂଘର ପୂର୍ବତନ ସଭାପତିଙ୍କ ଭୁଲ୍ କାର୍ଯ୍ୟର ବିରୋଧ କରିଥିବା ତିନି ପହେଲମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ପଡ଼ିବ । ଏଥିରୁ ଏହା ପରିଷ୍କାର ହୋଇଛି ଯେ ଭାରତୀୟ ପହେଲମାନ୍ ଆଗାମୀ ୟୁଡବ୍ଲ୍ୟୁଡବ୍ଲ୍ୟୁ ଇଭେଣ୍ଟ୍‌ରେ ନିଜ ଦେଶର ପତାକା ତଳେ ଭାଗ ନେଇପାରିବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button