ଗିରଫ ହେବେ ଜୟାପ୍ରଦା!; ୨୭ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ – Ibnodisha

[ad_1]
ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଛନ୍ଦି ହୋଇପଡିଛନ୍ତି ଭେଟେରାନ୍ ଅଭିନେତ୍ରୀ ତଥା ରାମପୁର ଲୋକସଭା ଆସନରୁ ସାଂସଦ ଥିବା ଜୟାପ୍ରଦା । କୋର୍ଟ ପକ୍ଷରୁ ତାଙ୍କୁ ପୂର୍ବରୁ ୬ଥର ନୋଟିସ୍ କରାଯାଇଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇନାହାନ୍ତି । ମଙ୍ଗଳବାର ଏହି ମାମଲାରେ ପୁନଃ ଶୁଣାଣି ହୋଇଥିôବା ବେଳେ କୋର୍ଟ ୭ମ ଥର ପାଇଁ ନୋଟିସ୍ ସହ ତାଙ୍କ ବିରୋଧରେ ଜାମିନ୍ ବିହୀନ ୱାରେଣ୍ଟ ଜାରି କରିଛନ୍ତି । ସମନ୍ରେ ଆସନ୍ତା ୨୭ ତାରିଖ ସୁଦ୍ଧା କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷେ କୋର୍ଟ, ଜୟାପ୍ରଦାଙ୍କୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରିଥିବା ଏବଂ ପରବର୍ତ୍ତୀ ଶୁଣାଣିରେ ଜୟାପ୍ରଦାଙ୍କୁ ଯେକୌଣସି ପରିସ୍ଥିତିରେ ମଧ୍ୟ ହାଜର କରିବାକୁ ଏହି ଟିମ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ପ୍ରକାଶ, ୨୦୧୯ ଲୋକସଭା ନିର୍ବାଚନ ସମୟରେ ଜୟାପ୍ରଦାଙ୍କ ବିରୋଧରେ ୨ଟି ଆଚରଣ ବିଧି ଉଲ୍ଲଂଘନ ମାମଲା ରୁଜୁ ହୋଇଥିଲା । ଗୋଟିଏ ମାମଲା ଅନୁଯାୟୀ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ଜୟାପ୍ରଦା ଏ ରାସ୍ତାକୁ ଉଦ୍ଘାଟନ କରିଥିବା ଅଭିଯୋଗ ହୋଇଥିଲା । ସେହିପରି ଅନ୍ୟ ଏକ ମାମଲା ଅନୁସାରେ ଜୟାପ୍ରଦା ଜାଣିଶୁଣି ଏକ ସାଧାରଣ ନିର୍ବାଚନରେ ଭାଷଣ ଦେବା ବେଳେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ ଆସିଥିଲା । ଏହି ଦୁଇଟି ମାମଲାରେ ପ୍ରାୟ ୬ଥର ଶୁଣାଣି ହୋଇଥିଲେ ମଧ୍ୟ ଜୟାପ୍ରଦା ଥରେ ହେଲେ ମଧ୍ୟ କୋର୍ଟରେ ହାଜର ହୋଇନାହାନ୍ତି କିମ୍ବା ନିଜ ପକ୍ଷ ରଖିନାହାନ୍ତି । ସୁତରାଂ କୋର୍ଟ, ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି ।
[ad_2]