ଅର୍ଚ୍ଚନା ନାଗଙ୍କ ଗାଡ଼ି ସିଜ୍ ପାଇଁ କୋର୍ଟରେ ଆବେଦନ କଲା ଇଡ଼ି – Ibnodisha

[ad_1]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେସ୍ ୨୦୨୨ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ହନିଟ୍ରାପର ମାଷ୍ଟରମାଇଣ୍ଡ୍ ଅର୍ଚ୍ଚନାଙ୍କ ଜାଲରେ ରାଜ୍ୟର ବହୁ ବଡ଼ ବଡ଼ ବ୍ୟକ୍ତି ଫଶି ଥିବା ଶୁଣିବାକୁ ମିଳିଥିଲା । ହେଲେ କଣ ପ୍ରକୃତ ଘଟଣା ଜଣାପଡିନଥିଲା । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜେଲରୁ ବାହାରିବା ପରେ ଆଜି ସେହି ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ଘରେ ମନି ଲଣ୍ଡରିଂ ନେଇ ଚଢ଼ଉ ବେଳେ ଇଡି ୨ଟି ଦାମୀ ଗାଡ଼ି ଜବତ କରିଥିଲା ।
ଆଜି ସେହି ୨ଟି ଦାମୀ ଗାଡ଼ି ନିଲାମ ପାଇଁ କୋର୍ଟରେ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) । ଜବତ ହୋଇଥିବା ଥାର ଓ ଫୋର୍ଡ ଏଣ୍ଡେଭର ଗାଡ଼ି ନିଲାମ ପାଇଁ ଆବେଦନ କରିଛି ଇଡ଼ି । ୨ଟି ଗାଡ଼ିର ମୂଲ୍ୟ ୫୬ ଲକ୍ଷ ଟଙ୍କା ବୋଲି କୁହା ଯାଇଥିବା ସୂଚନା ମିଳିଛି । ଏଥିସହ ଅର୍ଚ୍ଚନାଙ୍କ ବିଳାଶପୂର୍ଣ୍ଣ ଘରକୁ ମଧ୍ୟ ଇଡି ଜବତ କରିଥିଲା । ଯାହାର ଅନୁମାନିକ ମୂଲ୍ୟ ୪ କୋର୍ଟ ଟଙ୍କା ହେବ । ଇଡ଼ି ପ୍ରଥମ ପର୍ଯ୍ୟାୟରେ ଅର୍ଚ୍ଚନାଙ୍କ ଦୁଇ ଦାମୀ ଗାଡ଼ିକୁ ନିଲାମ ପାଇଁ କୋର୍ଟରେ ଆବେଦନ କରିଛି ।
[ad_2]