ରାଜ୍ୟ

ଧର୍ମଶାଳା ଲାୟନ୍ସ କ୍ଲବର ଚାର୍ଟର କମ ଇନଷ୍ଟଲେସନ ସେରି ମୋନି ଅନୁଷ୍ଠିତ – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଶାନ୍ତି ବଜାରସ୍ଥିତ ସମ୍ରାଟ ମଣ୍ଡପ ପରିସରରେ ଧର୍ମଶାଳା ଲାୟନ୍ସ କ୍ଲବର ଚାର୍ଟର କମ ଇନଷ୍ଟଲେସନ ସେରେମୋନି ଗତ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି।କ୍ଲବର ସଭାପତି ଲାୟନ ଡ଼ଃ ଚିତ୍ତ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ନର ଲାୟନ ଶରତ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କ୍ଲବର କାର୍ଯ୍ୟଧାରା ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଇନଷ୍ଟଲେସନ ଅଫିସର ପ୍ରଫୁଲ କୁମାର ସାମଲ ସମସ୍ତ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇବା ସହ କ୍ଲବର ନୀତି ନିୟମ ସମ୍ପର୍କରେ ଅବଗତ କରାଇଥିଲେ।
ଅନ୍ୟ ଅତିଥି ଭାବେ ଲାୟନ ପ୍ରଦୀପ୍ତ ରାୟ ଓ ଲାୟନ ଦେବଜାନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଲାୟନ୍ସ କ୍ଳବ ଗୋଟେ ଅଞ୍ଚଳର ସାମୁହିକ ବିକାଶରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।ଉପସ୍ଥିତ ଅତିଥି ବୃନ୍ଦ ମାନଙ୍କ ମଧ୍ୟରୁ ସାମ୍ବାଦିକ ରମାକାନ୍ତ ଜେନା,ଶିକ୍ଷାବିତ ରାଜକିଶୋର ପାଢ଼ୀ, ସମାଜସେବୀ କାହ୍ନୁ ଚରଣ ଦାସ,ବୁଦ୍ଧିଜୀବୀ କରୁଣାକର ବରାଳ ଓ ରୋଟାରୀ କ୍ଲବ ଜାରକାର ସଭାପତି ବିପିନ ଷଡ଼ଙ୍ଗୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି କୌଣସି ଆଶା ନରଖି ନିରୁତା ସେବା ହିଁ ପ୍ରତି ମଣିଷର କର୍ତ୍ତବ୍ୟ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ଲାୟନ୍ସ କ୍ଲବ ସେବାରେ ବିଶ୍ୱାସ କରେ ,ଏହି ଆଧାରରେ କ୍ଲବ ଅଞ୍ଚଳର ସମସ୍ତ ସଂଗଠନ ମାନଙ୍କୁ ସାଥିରେ ନେଇ କାର୍ଯ୍ୟ କରିବ ବୋଲି ସଭାପତି ଡ଼ଃ ମହାନ୍ତି ଆଶା ବ୍ୟକ୍ତ କରିଥିଲେ।ସେହିପରି ଧର୍ମଶାଳା ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଓ ଯୁବପିଢ଼ି ମାନଙ୍କୁ ଏଥିରେ ସାମିଲ ହେବା ପାଇଁ ସମ୍ପାଦକ ଡ଼ଃ କୃଷ୍ଣ ଚନ୍ଦ୍ର ପାତ୍ର ନିବେଦନ କରିଥିଲେ। କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷ ଲାୟନ ଇଂ ସିଦ୍ଧାର୍ଥ ସ୍ୱୟଂଦୀପ୍ତ ମହାନ୍ତି ପରିଚାଳନା କରିଥିଲେ , ଲାୟନ ସୁଜାତା ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ , ଲାୟନ ଲୁପ୍ତନ୍ଦୁ ବିଶ୍ୱାଳ,ପ୍ରକାଶ ସାହୁ,ବିନୋଦ ଚିନାରା,ମଧୁସ୍ମିତା ପଣ୍ଡା,ଟି.ପ୍ରିୟଦର୍ଶିନୀ,ଅର୍ପିତା ପଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଶେଷରେ ସାମ୍ବାଦିକ ସୁରେଶ କୁମାର କର ଧନ୍ୟବାଦ ପ୍ରଦାନ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button