ରାଜ୍ୟ

୭ ନବଜାତକଙ୍କ ହତ୍ୟାକରୀ ନର୍ସ ଗିରଫ – Ibnodisha

[ad_1]

ଲଣ୍ଡନ: ବ୍ରିଟେନରେ ୭ ନବଜାତ ଶିଶୁଙ୍କୁ ହତ୍ୟା କରିଥିବା ଏବଂ ଅନ୍ୟ ୬ ଶିଶୁଙ୍କୁ ହତ୍ୟାଉଦ୍ୟମ କରିଥିବା ଅଭିଯୋଗରେ ଜଣେ ନର୍ସଙ୍କୁ ଶୁକ୍ରବାର ଦୋଷୀସାବ୍ୟସ୍ତ କରାଯାଇଛି । ୩୩ ବର୍ଷୀୟା ଲୁସି ଲେତ୍‌ବି ନାମ୍ନୀ ଏହି ନର୍ସଙ୍କୁ ବର୍ତ୍ତମାନ ବ୍ରିଟେନର ନୂତନ ସିରିଏଲ କିଲର ଆଖ୍ୟା ଦିଆଯାଇଛି । ହତ୍ୟାର ଶିକାର ହୋଇଥିବା ନବଜାତକଙ୍କ ମଧ୍ୟରେ ଦିନିକିଆ (୨୪ ଘଣ୍ଟା ପୂର୍ବେ ଜନ୍ମଗ୍ରହଣ କରିଥିବା) ଶିଶୁ ଅନ୍ତର୍ଭୁକ୍ତ ଥିବା ଜଣାପଡିଛି । ଲଣ୍ଡନର କାଉଣ୍ଟେସ୍ ଅଫ୍ ଚେଷ୍ଟର ହସ୍ପିଟାଲରେ ଏହି ହୃଦୟବିଦାରକ ଘଟଣା ଘଟିଛି । ୨୦୧୬ରୁ ଲୁସି ଏହି କୁକର୍ମରେ ଲିପ୍ତ ଥିବାବେଳେ ପୂର୍ବରୁ ୨୦୧୮-୧୯ରେ ଦୁଇଥର ଗିରଫ ହୋଇ ଜାମିନ ମଧ୍ୟ ପାଇଥିଲେ । ସୂଚନା ମୁତାବକ ଉକ୍ତ ହସ୍ପିଟାଲର ଜଣେ ବିବାହିତ ଡାକ୍ତରଙ୍କ ସହ ଲୁସିଙ୍କର ପ୍ରେମସମ୍ପର୍କ ଥିଲା । ତେଣୁ ଏହି ଡାକ୍ତରଙ୍କୁ ନିକଟରେ ପାଇବାକୁ ଇଚ୍ଛାକରି ଲୁସି କ୍ରମାଗତଭାବେ ନବଜାତକଙ୍କୁ ଜାଣିଶୁଣି ଭୁଲ୍ ଇଞ୍ଜେକ୍‌ସନ ଦେବା ସହିତ ଛୁଞ୍ଚିରେ ଫୋଡି ସେମାନଙ୍କୁ କ୍ଷତାକ୍ତ କରୁଥିଲେ । ଯାହାଫଳରେ ଖବର ପାଇଁ ଗୁରୁୁତର ଶିଶୁଙ୍କୁ ଚିକିତ୍ସା ପାଇଁ ପ୍ରେମିକ ଡାକ୍ତର ଉକ୍ତ ୱାର୍ଡକୁ ଆସିବେ ଏବଂ ଲୁସିଙ୍କ ସହ ତାଙ୍କର ଭେଟାଭେଟି ହୋଇପାରିବ । ଶୁଣାଣି ସମୟରେ ଲୁସି ନିଜର ଅପରାଧ ସ୍ୱୀକାର କରିବା ସହ ନିଜକୁ ଅତ୍ୟନ୍ତ ଖରାପ ବ୍ୟକ୍ତିତ୍ୱ ବୋଲି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button