ଦେଶ

ଇଣ୍ଡିଆ ମେଣ୍ଟରେ ଫାଟ! କଂଗ୍ରେସକୁ ଟାର୍ଗେଟ କଲେ କେଜ୍ରିୱାଲ – Ibnodisha

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ କଂଗ୍ରେସ ନେତୃତ୍ୱରେ ୨୬ଟି ବିରୋଧୀ ଦଳ ‘ଇଣ୍ଡିଆ’ (ଇଣ୍ଡିଆନ ନ୍ୟାସନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍ ଆଲାଏନ୍ସ) ନାମରେ ନୂତନ ମେଣ୍ଟ ଗଠନ କରିଛନ୍ତି । ଏହି ମେଣ୍ଟରେ ଆମ୍ ଆଦ୍‌ମୀ ପାର୍ଟ (ଆପ୍‌) ମଧ୍ୟ ସାମିଲ ଅଛି । ତେବେ ଶନିବାର ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସକୁ ଟାର୍ଗେଟ କରି ବିବାଦୀୟ ମନ୍ତବ୍ୟ ଦେବାପରେ ବର୍ତ୍ତମାନ ଇଣ୍ଡିଆ ମେଣ୍ଟରେ ଏକପ୍ରକାର ଫାଟ ସୃଷ୍ଟି ହୋଇଛି ।

ଛତିଶଗଡରେ କଂଗ୍ରେସ କ୍ଷମତାରେ ଥିବାବେଳେ କେଜ୍ରିୱାଲ ସେଠାକାର ଶିକ୍ଷା ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରିଛନ୍ତି । ଛତିଶଗଡର ରାଜଧାନୀ ରାୟପୁରରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇଥିବାବେଳେ ସେଠାକାର ସରକାରୀ ସ୍କୁଲଗୁଡିକ ସମ୍ପର୍କରେ ଟିପ୍ପଣି ଦେଇ କେଜ୍ରିୱାଲ କହିଛନ୍ତି ଯେ ସେଠାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଅଧିକାଂଶ ସରକାରୀ ସ୍କୁଲ ବନ୍ଦ ହୋଇସାରିଥିବାବେଳେ ଅନ୍ୟ କେଉଁଠି ୧୦ଟି ଶ୍ରେଣୀ ପାଇଁ କେବଳ ଜଣେ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଅଧିକାଂଶ ସରକାରୀ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତଭାବେ ବେତନ ମିଳୁନାହିଁ । ଏହି ପରିପ୍ରେକ୍ଷୀରେ କେଜ୍ରିୱାଲ ଦିଲ୍ଲୀର ସରକାରୀ ସ୍କୁଲ ସମ୍ପର୍କରେ ଉଦାହରଣ ମଧ୍ୟ ଦେଇଛନ୍ତି । ସ୍ୱାଧିନତା ପରଠାରୁ ପ୍ରଥମ ଥର ପାଇଁ ଆପ୍ ସରକାରଙ୍କ ରାଜୁତି କାଳରେ ଦିଲ୍ଲୀରେ ସରକାରୀ ସ୍କୁଲର ମାନ୍ୟତା ଘରୋଇ ସ୍କୁଲକୁ ଟପିଥିବା କେଜ୍ରିୱାଲ କହିଛନ୍ତି ।

ଆମେ ତୁମ ଭଳି ରାଜନେତା ନହୁଁ, ବରଂ ସାଧାରଣ ଲୋକଙ୍କ ପାଇଁ ଆମେ ସେବକଭାବେ କାର୍ଯ୍ୟ କରୁଛୁ ବୋଲି କେଜ୍ରିୱାଲ କହିଛନ୍ତି । କେଜ୍ରିୱାଲଙ୍କ ଏଭଳି ବୟାନରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ସାଧାରଣ ସମ୍ପାଦକ ପବନ ଖେଡା କହିଛନ୍ତି ଯେ ଦିଲ୍ଲୀ ସହ ଛତିଶଗଡ ସ୍କୁଲ ଗୁଡିକର ତୁଳନା କରିବାର କ’ଣ ଆବଶ୍ୟକତା ଥିଲା । କେଜ୍ରିୱାଲ କ’ଣ ନିଜର ବାହାସ୍ଫୋଟ ମାରିବାକୁ ରାୟପୁର ଆସିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଛତିଶଗଡରେ ଚଳିତବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କେଜ୍ରିୱାଲ ଏଠାକୁ ନିର୍ବାଚନ ପ୍ରଚାରରେ ଆସି ଆପ୍‌ର ସଫଳତା ବଖାଣିଛନ୍ତି । ଯଦି ତୁଳନା କରିବାର ଥିଲା, ତେବେ କେଜ୍ରିୱାଲ ଛତିଶଗଡର ପୂର୍ବତନ ରମଣ ସିଂହ (ବିଜେପି) ସରକାରଙ୍କ ସହ ବର୍ତ୍ତମାନ ଭୂପେଶ ବାଘେଲ (କଂଗ୍ରେସ) ସହ ତୁଳନା କରିଥିଲେ ଭଲ ହୋଇଥାନ୍ତା ବୋଲି ଖେଡା କହିଛନ୍ତି । ଦିଲ୍ଲୀ ଓ ଛତିଶଗଡ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିତର୍କ କରିବାକୁ ଖେଡା କେଜ୍ରିୱାଲଙ୍କୁ ଆହ୍ୱାନ ଦେଇଛନ୍ତି ।

ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ କେଜ୍ରିୱାଲ କହିଛନ୍ତି ଯେ ଯଦି ଛତିଶଗଡରେ ଆପ୍ କ୍ଷମତାକୁ ଆସେ, ତାହାହେଲେ ପ୍ରତ୍ୟେକ ପରିବାରକୁ ମାସିକ ୩୦୦ ୟୁନିଟ୍ ମାଗଣା ବିଜୁଳିଶକ୍ତି ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ ଇଣ୍ଡିଆ ମେଣ୍ଟ ଗଠନ ପରେ ପ୍ରଥମ ଥର କଂଗ୍ରେସ ଓ ଆପ୍ ମଧ୍ୟରେ ଏଭଳି ବିବାଦର ସୂତ୍ରପାତ ହୋଇନାହିଁ । କିଛିଦିନ ପୂର୍ବେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଥିଲେ ଯେ ୨୦୨୪ ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଛିଡା କରିବ । ଏହାକୁ ନେଇ ଆପ୍ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button