ରାଜ୍ୟ

ଏସ୍‌ଟିଏ କ୍ରିପ୍ଟୋ ଠକେଇ ମାମଲା; ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର – Ibnodisha

[ad_1]

ଭୁବନେଶ୍ୱର: ସାରା ଦେଶରେ ହଜାର କୋଟିରୁ ଊର୍ଦ୍ଧ୍ୱ କ୍ରିପ୍ଟୋ ସ୍କାମ ମାଧ୍ୟମରେ ୧ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ଠକ ସଂସ୍ଥା ଏସ୍‌ଟିଏ ମୁଖ୍ୟ ଅଭିଯୁକ୍ତ ଡେଭିଡ ଗେଜ (୩୨)ଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଲୁକ ଆଉଟ ସକ୍ୟୁଲାର ଜାରି କରିଛି । ଡେଭିଡ ଗେଜ ଦେଶରେ ହୋଇଥିବା ବଡ଼ଧରଣର କ୍ରିପ୍ଟୋ ସ୍କାମ ଏସଟିଏର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ।

ଭେଡିଡ ଟୁରିଷ୍ଟ ଭିସାରେ ଭାରତକୁ ୨ ଥର ୨୦୨୨-୨୩ ମସିହାରେ ଆସିଥିଲେ । ସେ ଭାରତରେ ୨୫ ଦିନ ରହିବା ସହ ଓଡ଼ିଶା, ଗୋଆ, ପଞ୍ଜାବ, ଝାଡ଼ଖଣ୍ଡ ଓ ଦିଲ୍ଲୀ ଭଳି ରାଜ୍ୟକୁ ବୁଲିବା ସହ କ୍ରିପ୍ଟୋ ଟୋକେନରେ ଟଙ୍କା ବିନିଯୋଗ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ । ପ୍ରଥମଥର ପାଇଁ ଡେଭିଡ ଭାରତ ଆସିଥିଲା ବେଳେ ୟୁଏସଏ ଓ ତୁର୍କୀ ଦେଇ ଆସିଥିଲେ । ଦ୍ୱିତୀୟଥର ଡେଭିଡ ପୋଲାଣ୍ଡ ଦେଇ ଭାରତ ଆସିଥିବା ଇଓଡବ୍ଲ୍ୟୁ ଅଧିକାରୀମାନେ ତଦନ୍ତ ବେଳେ ଜାଣିବାକୁ ପାଇଛନ୍ତି । ସେ ଭୁବନେଶ୍ୱର ଓ ଭଦ୍ରକ ମଧ୍ୟ ଆସିଥିଲେ । ତେବେ ଏନେଇ ମାମଲା ରୁଜୁ ହେବା ପରେ ଡେଭିଡ଼ ତାଙ୍କ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟକୁ ଡିଲିଟ କରି ଦେଇଛନ୍ତି ।

ତେବେ ଡେଭିଡ ଟୁରିଷ୍ଟ ଭିସାରେ ଭାରତ ଆସିଥିବା ବେଳେ ସେ ବୈଦେଶୀକ ମନ୍ତ୍ରଣାଳୟର ବିନା ଅନୁମତିରେ ଏଠାରେ ବ୍ୟବସାୟୀକ ପ୍ରଚାର ପ୍ରସାର କରିଥିଲେ । ଯାହାକି ନିୟମ ବାହାରେ ବୋଲି ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି । ତେଣୁ ଏନେଇ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି ।

ସୂଚନାଯୋଗ୍ୟ, କ୍ରିପ୍ଟୋ କରେନ୍ସି ଇନଭେଷ୍ଟମେ ନାଁରେ ଡେଭିଡ଼୍‌ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି ସଂସ୍ଥା ଭାରତୀୟ ନାଗରିକଙ୍କ ଠାରୁ ହଜାରେ କୋଟି ଟଙ୍କାର ଠକେଇ କରିଥିଲା । ପୂର୍ବରୁ ଏହି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କ ପଞ୍ଜାବର ଗୁରୁତେଜ ସିଂ ସିଦ୍ଧୁ ଓ ଭଦ୍ରକର ନିରୋଦ ଦାସଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କୁ ପରବର୍ତ୍ତି ସମୟରେ ରିମାଣ୍ଡରେ ନିଆଯାଇଥିଲା । ଉକ୍ତ ସଂସ୍ଥା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍‌ବିଆଇ)ର ନୀୟମକୁ ଖୁଲମ୍‌ଖୁଲା ଉଲଙ୍ଘନ କରାଯାଇଥିବା ନେଇ ତଦନ୍ତରେ ଜଣାପଡିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button