ଦେଶ

ଦୁର୍ଘଟଣା ପରେ ଚଳନ୍ତା ବସରେ ଲାଗିଲା ନିଆଁ; ୧୬ ଜଣ ଜୀବନ୍ତ ଦଗ୍ଧ – Ibnodisha

[ad_1]

ଇସଲାମବାଦ: ପାକିସ୍ତାନରେ ଭୟଙ୍କର ସଡକ ଦୁର୍ଘଟଣା । ଡିଜେଲ ଡ୍ରମ ଲୋଡ ହୋଇଥିବା ଏକ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ପରେ ବସରେ ଲାଗିଲା ନିଆଁ । ୧୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପାକିସ୍ତାନ ପଞ୍ଜାବର ପିଣ୍ଡି ଭାଟିଆନ ଅଞ୍ଚଳରେ । ବସଟି କରାଚିରୁ ଇସଲାମାବାଦ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ବସଟି ୩୫ରୁ ୪୦ ଜଣ ଯାତ୍ରୀଙ୍କୁ ନେଇ କରାଚିରୁ ଇସଲାମାବାଦ ଅଭିମୁଖେ ଯାଉଥିଲା । ଏହି ସମୟରେ ପଞ୍ଜାବର ପିଣ୍ଡି ଭାଟିଆନ ଅଞ୍ଚଳରେ ଡିଜେଲ ଡ୍ରମ୍ ନେଉଥିବା ଏକ ପିକଅପ୍ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହେବା ପରେ ବସରେ ନିଆଁ ଲାଗିଯାଇଥିଲା । ଫଳରେ ବସଟି ହୁତୁହୁତୁ ହୋଇ ଜଳିଥିବା ବେଳେ ୧୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଓ ୧୧ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟ ଗାଡିର ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ବସରେ ନିଆଁ ଲାଗିବା ପରେ ଯାତ୍ରୀ ମାନେ ଝରକା ଭାଙ୍ଗି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button