ରାଜ୍ୟ

ଦୁଇ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ: ୧୦ ଆହତ – Ibnodisha

[ad_1]

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ୱର୍ ଜାତୀୟ ରାଜପଥ ଭେଲୋରା ନିକଟରେ ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଅନ୍ୟ ଏକ ତୀର୍ଥଯାତ୍ରୀ ବସ୍। ଏହାଫଳରେ ୧୦ ଆହତ ହୋଇଥିବା ଦେଖିବାକୁ ମିଳିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ ଜ୍ୟୋତି ଟ୍ରାଭେଲସ୍ ନାମକ ବସ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଯାଉଥିଲା।

ଏତିକିବେଳେ ୧୬ ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ଖରାପ ଥିବା ଏବଂ ଉଭୟ ପାର୍ଶ୍ଵ ରାସ୍ତାର ଗୋଟାଏ ପାର୍ଶ୍ଵ ଦୀର୍ଘ ଦିନ ଧରି ବ୍ଲକ୍ କରି କାମ ହେଉଥିବାରୁ ହଠାତ୍ ବସ ଗତିକୁ କମାଇବା ପାଇଁ ବ୍ରେକ ଲଗାଇଥିଲେ ଚାଳକ। ଏହି ସମୟରେ ପଛରୁ ଆସୁଥିବା ସାୟନ ସାୟନ୍ତିକା ନାମକ ଅନ୍ୟ ଏକ ତୀର୍ଥଯାତ୍ରୀ ବସ ନିଜର ଗତିକୁ ଆୟତ୍ତ କରିନପାରି ଜ୍ୟୋତି ଟ୍ରାଭେଲସ୍ ବସକୁ ଧକ୍କା ଦେଇଥିଲା। ଫଳରେ ଘଟଣସ୍ଥଳରେ ୧୦ ଜଣ ଆହତ ହୋଇଥିଲେ। ସେମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାୟନ ସାୟନ୍ତିକା ବସରେ ୪୦ ଜଣ ଯାତ୍ରୀ ନେଇ ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ପୁରୀ ଯାଉଥିବା ଜଣା ପଡ଼ଛି। ଘଟଣାସ୍ଥଳରେ ବସ୍ତା ପୁଲିସ ପହଞ୍ଚି ତଦନ୍ତ କରିବା ସହ ଉଭୟ ବସରେ ଥିବା ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ପ୍ରୟାସ ଜାରି ରଖିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button