ରାଜ୍ୟ

କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ଲାଗି ନିର୍ମାଣ ହେବ ହସ୍ପିଟାଲ – Ibnodisha

[ad_1]

ଭୁବନେଶ୍ୱର: କ୍ୟାନସର ପୀଡିତ ଶିଶୁଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଆଜି ଟାଟା ମେମୋରିଆଲ ସେଣ୍ଟରକୁ ଚିଠି ଲେଖି ଜଣାଇଛନ୍ତି ଯେ ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ହସ୍ପିଟାଲ ନିର୍ମାଣ ହେବ । ଜଟଣୀରେ ପ୍ରତିଷ୍ଠା ହେବ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର । ସେହିପରି ହସ୍ପିଟାଲ ସହ ନିର୍ମାଣ ହେବ ଏକ ଧର୍ମଶାଳା ତଥା ଗେଷ୍ଟ ହାଉସ୍ । ଉଭୟକୁ ରାଜ୍ୟ ସରକାର ନିର୍ମାଣ କରି ଟାଟା ମେମୋରିଆଲ ସେଣ୍ଟର(ଟିଏମସି)କୁ ହସ୍ତାନ୍ତର କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ପେଡିଆଟ୍ରିକ୍ କ୍ୟାନସର ଫାସିଲିଟି ପାଇଁ ୧୫୦ କୋଟି ଟଙ୍କା (ବିଲ୍ଡିଂ ପାଇଁ ୮୦ କୋଟି ଓ ଚିକିତ୍ସା ଉପକରଣ ପାଇଁ ୭୦ କୋଟି) ସହ ୨ ଲକ୍ଷ ବର୍ଗ ଫୁଟର ଧର୍ମଶାଳା ନିର୍ମାଣରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button