ରାଜ୍ୟ

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – Ibnodisha

[ad_1]

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବଲାକିରା ନିକଟରେ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ବୁଧବାର ସକାଳୁ ତାଳେସରଡା ପଞ୍ଚାୟତ ଗ୍ରାମର ସୁନୁ ମହାକୁଡ଼ ବଲାକିରା ନାଳଖଣ୍ଡି ନିକଟରେ ଏକ ଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ତାଙ୍କ ଭାଇ ଦେଖିବାକୁ ପାଇଥିଲେ। ସେନେଇ ସଙ୍ଗେସଙ୍ଗେ ବାଉଁଶୁଣୀ ଥାନାକୁ ଆସି ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଘଟଣାସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। କେଉଁ କାରଣରୁ ଯୁବକ ଆତ୍ମହତ୍ୟା କରିଛି ବାଉଁଶୁଣୀ ପୋଲିସ ତାହା ଅଧିକ ତଦନ୍ତ ଚଳାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button