ଅପରାଧ

ରସିକିଆ କଲେଜ ଅଧ୍ୟକ୍ଷ; ଛାତ୍ରୀଙ୍କ ଗାଲ ଚିପି ବନ୍ଧା ହେଲେ – Ibnodisha

[ad_1]

ନୟାଗଡ଼ : କଲେଜ ଅଧ୍ୟକ୍ଷଙ୍କୁ ନିଜ ସମସ୍ୟା ଜଣାଇବାକୁ ଯାଇଥିଲେ ୨ ଛାତ୍ରୀ। ହେଲେ ଛାତ୍ରୀମାନଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସେମାନଙ୍କ ଉପରେ ପକାଇଲେ ଲୋଲୁପ ଦୃଷ୍ଟି। ଏପରିକି ତୁମେ ମୋ’ କଥା ବୁଝିଲେ ମୁଁ ବି ତୁମ କଥା ବୁଝିବି କହି ଗାଲକୁ ଚିମୁଟି ଦେଲେ। ଶେଷରେ କଥା ପଦାକୁ ଆସି ଥାନାରେ ପହଞ୍ଚିବା ପରେ ବନ୍ଧା ହେଲେ ରସିକିଆ କଲେଜ ଅଧ୍ୟକ୍ଷ । ଏପରି ଲଜ୍ଜାଜନକ ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେନ୍ଦୁଢିପି ନବ ଚୌଧୁରୀ ମହାବିଦ୍ୟାଳୟରେ ଘଟିଛି। ଗୁରୁ ନାଁରେ କଳଙ୍କ ସାଜିଥିବା ଏହି ଶିକ୍ଷକଙ୍କ ନାଁ ପ୍ରଦୀପ୍ତ ହାତୀ ବୋଲି ଜଣାଯାଇଛି।

ଯୁକ୍ତ ୨ ର ଦୁଇ ଜଣ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ତାଙ୍କୁ ବାନ୍ଧିଛି। ଅଭିଯୋଗ ଅନୁଯାୟୀ, ଆମେ ଏହି କଲେଜରେ ନାଁ ଲେଖାଇଥିବା ବେଳେ ଏଠାରେ ପାଠର ନାଁ ଗନ୍ଧ ନାହିଁ। କ୍ଲାସ ହେଉନି । ପ୍ରାକ୍ଟିକାଲ ହେଉନି। ଉପସ୍ଥାନ ବି ପଡ଼ୁନି। ଏହି ସମସ୍ୟା ସମ୍ପର୍କରେ ଜଣାଇବାକୁ ଆମେ କଲେଜ ଅଧ୍ୟକ୍ଷଙ୍କ ନିକଟକୁ ଯାଇଥିଲେ। ମାତ୍ର ସେ ଏକୁଟିଆ ଥିବା ବେଳେ ଆମ କଥା ଶୁଣି ହସିଥିଲେ। ଏପରିକି ମୋ’ କଥା ବୁଝିଲେ ମୁଁ ବି ତୁମ କଥା ବୁଝିବି ବୋଲି କହିବା ସହ ଗାଲକୁ ଚିମୁଟି ଦେଇଥିଲେ। ଏହା ଶୁଣି ଆମେ ଦୌଡ଼ି ପଳାଇଯିବାରୁ ସେ ବି ଆମକୁ ପିଛା କରି ଆସିଥିଲେ। ଏଥିସହ ଏହି କଥା ବାହାରେ ପ୍ରଘଟ କଲେ ପରୀକ୍ଷାରେ ଫେଲ୍‌ କରି ଦେବାର ଧମକ ଦେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button