ସହକର୍ମୀଙ୍କୁ ହତ୍ୟା ମାମଲା: ଦିଲ୍ଲୀ ପୁଲିସ ହେଡ୍ କନେଷ୍ଟବଳ ଗିରଫ – Ibnodisha
[ad_1]
୨ ବର୍ଷ ଧରି ଭୁଆଁ ବୁଲାଇଥିଲା
ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ଜଣେ ହେଡ କନେଷ୍ଟବଳ ଗତକାଲି ଗିରଫ ହୋଇଛନ୍ତି। ପୂର୍ବତନ ସହକର୍ମୀଙ୍କୁ ହତ୍ୟା ମାମଲାରେ ହେଡ୍ କନେଷ୍ଟବଳ ସୁରେନ୍ଦ୍ର ରାଣା ଗିରଫ ହୋଇଛନ୍ତି। ତେବେ ୪୨ ବର୍ଷୀୟ ସୁରେନ୍ଦ୍ର ଜଣେ ହତ୍ୟା ଅଭିଯୁକ୍ତ ଏବଂ ତାଙ୍କୁ ଗିରଫ କରିବା ଏତେ ସହଜ ନଥିଲା। ସୁରେନ୍ଦ୍ର ତାଙ୍କର ଜଣେ ସହକର୍ମୀ ମୋନା ଯାଦବଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ତାଙ୍କ ମର ଶରୀରକୁ କେନାଲରେ ଫୋପାଡ଼ି ଦେଇଥିଲେ। ମୋନାଙ୍କ ପରିବାର ସଦସ୍ୟ ମୋନାଙ୍କର କିଛି ପତ୍ତା ପାଇନଥିଲେ। ଦୀର୍ଘ ୨ ବର୍ଷ ଧରି ସେମାନେ ମୋନାଙ୍କୁ ଖୋଜିଥିଲେ। କିନ୍ତୁ ସେମାନେ ଜାଣିନଥିଲେ ଯେ ଏହି ମାମଲାରେ ସେମାନେ ଯେଉଁ ପୁଲିସ କନେଷ୍ଟବଳଙ୍କ ସହଯୋଗ ନେଇଛନ୍ତି ସେ ନିଜେ ହିଁ ମୋନାଙ୍କ ହତ୍ୟାକାରୀ।
ମୋନାଙ୍କ ଭଉଣୀ ୨ ବର୍ଷ ଧରି ନିଜ ଭଉଣୀଙ୍କୁ ଖୋଜିବାପରେ ସତର ପର୍ଦ୍ଦାଫାସ କରିଛନ୍ତି। ସେ କହିଛନ୍ତି, ଆମେ ୩ ଭଉଣୀ। ମୋନା ଆମ ମଧ୍ୟରେ ସବୁଠୁ ସାନ। ଆମ ବାପା ଉତ୍ତରପ୍ରଦେଶ ପୁଲିସରେ ଜଣେ ଏସ୍ଆଇ ଭାବେ କାମ କରୁଥିଲେ। ୨୦୧୧ରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା। ମୋନା ମେଧାବୀ ଥିଲେ। ମୋନା ଆଇଏଏସ୍ ହୁଅନ୍ତୁ ବୋଲି ବାପା ଚାହୁଥିଲେ। ବାପାଙ୍କ ମୃତ୍ୟୁ ପରେ ବି ମୋନା ତାଙ୍କ ବାପାଙ୍କ ସ୍ବପ୍ନ ସାକାର କଲେ। ୨୦୧୪ରେ ମୋନା ଦିଲ୍ଲୀ ପୁଲିସରେ ଚାକିରି ପାଇଲେ। କଣ୍ଟ୍ରୋଲ ରୁମ୍ରେ ତାଙ୍କର ଚାକିରି ସମୟରେ ସେ ରାଣାଙ୍କୁ ଭେଟିଲେ। ରାଣା ବିବାହିତ। ସେ ମୋନାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମୋନା ତାଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଦେବାରୁ ସେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୋନାଙ୍କ ଭଉଣୀ କହିଛନ୍ତି, ରାଣା ଅନେକ ସମୟରେ ତାଙ୍କ ଘରକୁ ଆସନ୍ତି। ସେ ମୋନାଙ୍କୁ ‘ବେଟା ’ଡାକକ୍ତି ଏବଂ ତାଙ୍କର ଯତ୍ନ ନିଅନ୍ତି। ମୋନା ଏହାପରେ ଉତ୍ତରପ୍ରଦେଶ ପୁଲିସରେ ଚାକିରି ପାଇଲେ। ୨୦୨୧ରେ ମୋନା ନିଖୋଜ ହୋଇଗଲେ। ପରିବାର ସଦସ୍ୟ ପ୍ରଥମେ ସୁରେନ୍ଦ୍ରଙ୍କୁ ପଚାରିଥିଲେ। କିନ୍ତୁ ସେ କହିଥିଲେ ସେ କିଛି ଜାଣିନାହାନ୍ତି। ମୋନାଙ୍କ ପରିବାର ସଦସ୍ୟ ମୋନାଙ୍କୁ ଖୋଜିବାପାଇଁ ସୁରେନ୍ଦ୍ରଙ୍କ ସହଯୋଗ ମଧ୍ୟ ଲୋଡ଼ିଥିଲେ। କିନ୍ତୁ ସୁରେନ୍ଦ୍ର ରାଣା କେବଳ ମୋନାଙ୍କ ପରିବାର ସଦସ୍ୟଙ୍କୁ ଭୁଆଁ ବୁଲାଇ ଚାଲିଥିଲେ। ଶେଷରେ ମୋନାଙ୍କ ପରିବାର ସଦସ୍ୟଙ୍କର ସୁରେନ୍ଦ୍ରଙ୍କ ଉପରେ ସନ୍ଦେହ ହୋଇଥିଲା। ୨ ମାସ ପୂର୍ବେ ମୋନାଙ୍କ ଭଉଣୀ ଦିଲ୍ଲୀ ପୁଲିସ କମିସନର ସଂଜୟ ଆରୋରାଙ୍କୁ ଭେଟିଥିଲେ ଏବଂ ତାଙ୍କ ଦୁଃଖ ବଖାଣିଥିଲେ। ସେ ଏହି ମାମଲାକୁ କ୍ରାଇମ ବ୍ରାଞ୍ଚ୍କୁ ପଠାଇ ଦେଇଥିଲେ। ୨ ମାସ ମଧ୍ୟରେ ଏହି ମାମଲାର ଫଏସଲା ହେଲା।
[ad_2]