ଦେଶ

ସଙ୍କଟରେ ଭାରତୀୟ ଚା’…. – Ibnodisha

[ad_1]

ନୂଆଦିଲ୍ଲୀ: କେବଳ ଦେଶରେ ନୁହେଁ ବିଦେଶରେ ବି ଭାରତୀୟ ଚା’ର ଚାହିଦା କମ ନୁହେଁ । ଧନୀ ହେଉ କି ମଧ୍ୟବିତ୍ତ ହେଉ ଅବା ଗରିବ ସମସ୍ତେ ଚା’ର ଗୋଟିଏ ଚୁସକି ସକଳ ଯାବତୀୟ କଷ୍ଟ ଭୁଲି ଯାଆନ୍ତି । ଔଷଧ ପରି ଦେହପୀଡା ହେଉ କି ଶୀରପୀଡା ଲାଘବ ପାଇଁ ଚା’ ସବୁ ଲାଘବ କରିଥାଏ । ଦେଶରେ ସବୁଠାରୁ ଅଧିକ ଚା’ ଉତ୍ପାଦନ ଆସାମରୁ ହୋଇଥାଏ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଆସାମ ଚାର ଚାହିଦା ଅଧିକ । କିନ୍ତୁ ଦିନକୁ ଦିନ ଚା’ର ଚାହିଦା ବିଦେଶରେ କମିବାକୁ ଲାଗିଲାଣି । ଦୀର୍ଘ ୩ବର୍ଷ ଧରି ବିଦେଶରେ ଚାର ଚାହିଦା କମିବାରେ ଲାଗିଛି । ଯାହାର କ୍ଷତି ସିଧାସଳଖ ଚା ବଗିଚାର ମାଲିକଙ୍କ ଠାରୁ ଆରମ୍ଭ କରି ଚାଷୀଙ୍କୁ ମଧ୍ୟ ଉଠାଇବାକୁ ପଡୁଛି । ଦେଶରେ ଚା ଉତ୍ପାଦନ କରିବାର ପ୍ରମୁଖ ରାଜ୍ୟଗୁଡିକ ହେଲେ ଆସାମ, ଦାର୍ଜଲିଙ୍ଗ, କେରଳ, କର୍ନାଟକ ଏବଂ ତାମିଲନାଡୁ ।

କିନ୍ତୁ ଆସାମ ଓ ଦାର୍ଜଲିଙ୍ଗ ଚା’ର ଚାହିଦା ୟୁରୋପୀୟ ଦେଶରେ ଅଧିକ ରହିଛି । ବର୍ତ୍ତମାନ ଚା କାରବାର ଉପରେ ପ୍ରଭାବ ପଡିବାରେ ଲାଗିଛି । ୨୦୨୨-୨୩ ବର୍ଷରେ ଉତ୍ତର ଭାରତରେ ୧୧୪.୯୫କୋଟି କିଲୋ ଚା ଉତ୍ପାଦନ ହେଉଥିବାବେଳେ ଦକ୍ଷିଣ ଭାରତରେ ୨୨.୫୪କୋଟି କିଲୋ ଚା ପତି ଉତ୍ପାଦନ ହୋଇଛି । ଏହାପରେ ବି ବିଦେଶରେ ଚାର ଚାହିଦା କମିବାରେ ଲାଗିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦେଶରେ ଘରୋଇ ସ୍ତରରେ ଚା ବଗିଚାରେ କାମ କରୁଥିବା ଚାଷୀଙ୍କ ଆନ୍ଦୋଳନ ବ୍ୟବସାୟକୁ ପ୍ରଭାବିତ କରୁଥିବାବେଳେ ଏବେ ଇସ୍ରାଏଲ-ହମାସ ଯୁଦ୍ଧ ଓ ରୁଷିଆ-ୟୁକ୍ରେନ ସଂଘର୍ଷ ଏହାକୁ ପ୍ରଭାବିତ କରୁଛି । ଭାରତୀୟ ଚାର ପାରମ୍ପରିକ ବଜାର କୁହାଯାଉଥିବା ୟୁରୋପ ମାର୍କେଟରେ ମଧ୍ୟ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । କାରଣ ବଜାରରେ ଏବେ ଚାଇନା ଓ କେନିୟାର ଶସ୍ତା ଚା ପ୍ରବେଶ କରିଛି । ଯାହାଦ୍ୱାରା ପଶ୍ଚିମ ଏସିଆ ଓ ୟୁରୋପରେ ଭାରତୀୟ ଚାର ଚାହିଦା କମିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button