ଅପରାଧ

ପ୍ରେମ ବିବାହ କରିବା ପଡ଼ିଲା ମହଙ୍ଗା; ଝିଅ ଓ ଜ୍ୱାଇଁଙ୍କୁ ଗୁଳିକଲା ଶ୍ୱଶୂର – Ibnodisha

[ad_1]

ହରିୟାଣା: ପ୍ରେମ ବିବାହ କରିଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ସେମାନଙ୍କ ପରିବାର ସଦସ୍ୟ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ଚରଖୀ ଦାଦରୀ ସବଡିଭିଜନ ଅନ୍ତର୍ଗତ ବନ୍ଧଗଲା ଅଞ୍ଚଳରେ । ତେବେ ଏଥିରେ ସ୍ୱାମୀ ସ୍ତ୍ରୀ ଉଭୟ ଆହତ ହୋଇଛନ୍ତି । ତେବେ ଏହି ଘଟଣାର ଅଭିଯୁକ୍ତମାନେ ଫେରାର ଥିବା ପୁଲିସ ସୂଚନା ଦେଇଛି । ସୂଚନାନୁସାରେ, ବନ୍ଧଗଲା ଅନ୍ତର୍ଗତ ଊଣ ଗାଁର ଜଣେ ୨୫ ବର୍ଷୀୟ ଯୁବକ ମେ ମାସରେ ଉକ୍ତ ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ ।

କିନ୍ତୁ ଯୁବତୀଙ୍କ ପରିବାର ଲୋକେ ସେମାନଙ୍କ ବିବାହରେ ଅସନ୍ତୁଷ୍ଟ ଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଯୁବତୀଙ୍କ ବାପା ତାଙ୍କ ଭଣଜା ଏବଂ ଅନ୍ୟ ସହଯୋଗୀମାନଙ୍କ ସହିତ ଝିଅର ଶାଶୁ ଘରେ ପହଞ୍ଚି ଝିଅକୁ ଜବରଦସ୍ତି ସେଠାରୁ ନେଇଯିବାକୁ ଉଦ୍ୟମ କରିଥିଲେ । ଯୁବକ ଜଣକ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ବାପା ଜ୍ୱାଇଁଙ୍କୁ ତାଙ୍କ କାନ୍ଧରେ ଗୁଳି କରିଥିଲେ । ଏପରିକି ଝିଅକୁ ସାଙ୍ଗରେ ନେଇ ସେଠାରୁ ଚାଲି ଯାଇଥିଲେ । ତେବେ ପୁଲିସ ଆସିବା ଜାଣିପାରି ଗାଁ ନିକଟରେ ଯୁବତୀଙ୍କ ଉପରକୁ ପାଞ୍ଚ ରୁ ଛଅ ଥର ଗୁଳି ଚଳାଇ ସେଠାରୁ ପଳାଇ ଯାଇଥିଲେ । ତେବେ ଯୁବତୀଙ୍କୁ ଚିକିତ୍ସା ପାଇଁ ରୋହତକ ପିଜିଆଇରେ ଭର୍ତ୍ତି କରାଯାଇଛି । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ତେବେ ବନ୍ଧଗଲା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସର ଏକ ସ୍ୱତନ୍ତ୍ର ଟିମ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଛି । ଏ ଘଟଣାରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରି ତଦନ୍ତ ଜାରି ରଖିଛି ପୁଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button