ଅପରାଧ

ନର ରାକ୍ଷସର ବର୍ବର କାଣ୍ଡ; ନାବାଳକଙ୍କୁ ମାରି ପିଇଲା ରକ୍ତ – Ibnodisha

[ad_1]

ଲକ୍ଷ୍ନୌ: ନର ରାକ୍ଷସର ବର୍ବର କାଣ୍ଡ । ଦୁଇ ପିଲାଙ୍କୁ ମାରିବା ପରେ ସେମାନଙ୍କର ରକ୍ତ ପିଇଲା ଜହ୍ଲାଦ । ଏପରି ଘଟଣା ଯେ, ମାନବବାଦର ଧଜ୍ଜିଆ ଉଡ଼େଇ ଦେବ । ଦୁଇ ନାବାଳକଙ୍କୁ ହତ୍ୟା ପରେ ସେମାନଙ୍କ ରକ୍ତ ପିଇ ଯାଇଛନ୍ତି ଦୁଇଜଣ ନର ରାକ୍ଷସ । ଉତ୍ତର ପ୍ରଦେଶରେ ଥିବା ବଦାଉନ୍‌ରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଦୁଇ ଇସଲାମବାଦୀ ଚରମପନ୍ଥୀଙ୍କ ଦ୍ୱାରା ହିନ୍ଦୁ ନାବାଳକ ଦ୍ୱୟଙ୍କ ଜୀବନ ଯାଇଛି । ମନ ଏତିକିରେ ବୁଝିଲାନି ଯେ, ନର ରାକ୍ଷସ ଦୁଇ ଜଣ ସେମାନଙ୍କର ରକ୍ତ ପିଇ ଯାଇଛନ୍ତି । ଏକ ଅଜ୍ଞାତ ବିବାଦର ଶିକାର ହୋଇଛନ୍ତି ଦୁଇ ନୀରିହ ନାବାଳକ । ଅଭିଯୁକ୍ତ ଦ୍ୱୟ ହେଲେ ସାଜିଦ୍ ଏବଂ ଜାଭେଦ୍ । ପୋଲିସ ଏନକାଉଣ୍ଟରରେ ସାଜିଦର ମୃତ୍ୟୁ ହୋଇଥିବା ବେଳେ ଜାଭେଦ ଧରା ପଡ଼ିଛି ।

ଗତ ମାର୍ଚ୍ଚ ୧୯ ତାରିଖରେ ଉତ୍ତରପ୍ରଦେଶର ବଦାଉନ୍ ଜିଲ୍ଲାରେ ଘଟିଥିଲା ଏପରି ଲୋମହର୍ଷଣକାରୀ ଘଟଣା । ଅଭିଯୁକ୍ତ ଦ୍ୱୟ ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ନାବାଳକ ଜୀବନ ସହ ସଂଗ୍ରାମ କରୁଛି । ଏହି ହତ୍ୟାକାଣ୍‌ତ ପରେ ହିନ୍ଦୁ ସଂଗଠନର ସଦସ୍ୟଙ୍କ ସମେତ ସମ୍ପର୍କୀୟମାନେ ପୋଲିସ ଷ୍ଟେସନରେ ଏକତ୍ରିତ ହୋଇଥିଲେ । ମୃତକଙ୍କ ପରିବାରର ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ସାଜିଦ୍ ଏବଂ ଜାଭେଦ୍ ମୃତ ଶିଶୁଙ୍କ ଗଳା କାଟିବା ପରେ ସେମାନଙ୍କ ରକ୍ତ ପିଇବା ପର୍ଯ୍ୟନ୍ତ ଯାଇଥିଲେ । ପୋଲିସ ଏନକାଉଣ୍ଟରରେ ସାଜିଦର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।

ଏହି ଭୟାନକ ଘଟଣା ବଦାଉନର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଘଟିଥିଲା । ବିନୋଦଙ୍କ ପରିବାର ବାବା କଲୋନୀରେ ରୁହନ୍ତି । ଗାଜିପୁରରେ ୱାଟର ଟାଙ୍କି କଣ୍ଟ୍ରାକ୍ଟର ଭାବରେ ବିନୋଦ ନିୟୋଜିତ ଥିଲେ । ତାଙ୍କ ପତ୍ନୀ ବିୟୁଟି ପାର୍ଲରରେ କାମ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ଘରେ କେହି ନଥିବା ବେଳେ ମାର୍ଚ୍ଚ ୧୯ ରେ ଜାଭେଦ୍ ସନ୍ଧ୍ୟା ୬ ଟାରେ ବିନୋଦଙ୍କ ଘରେ ପହଞ୍ଚିଥିଲା । ଖାଇବାକୁ ଦେବାକୁ କହି ତିନି ପିଲାମାନଙ୍କୁ ଏକ କୋଠରୀକୁ ନେଇ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ରେଜରରେ ଗଳା କାଟିବାକୁ ଚେଷ୍ଟା କରିଥିଲା । ମୃତ ନାବାଳକ ଦ୍ୱୟ ହେଲେ ୧୪ ବର୍ଷୀୟ ଆୟୁଷ ଓ ୬ ବର୍ଷୀୟ ହନି । ତୃତୀୟ ନାବାଳକକୁ ମାରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଜାଭେଦ ହତ୍ୟା କରିପାରିନଥିଲା । ପିଲାଟି ଖସି ପଳାଇବାରେ ସଫଳ ହୋଇଥିଲା । ଉକ୍ତ ନାବାଳକର ବର୍ତ୍ତମାନ ଚିକିତ୍ସା ଚାଲିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଦାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button