ଅପରାଧ

ରାତିଅଧିଆ ୨ ଭଉଣୀଙ୍କୁ ଅପହରଣ – Ibnodisha

[ad_1]

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଥାନା କଅଁସ ପଞ୍ଚାୟତ ଅଫିସ ସମ୍ମୁଖରୁ ଗତ ୨୩ ତାରିଖ ରାତି ସାଢ଼େ ୧୦ ଟାରେ ଦଶମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସାରୁଆବିଲ ଗାଁର ୨ ଭଉଣୀଙ୍କୁ ବିବାହ ପ୍ର‌ଲୋଭନ ଦେଖାଇ ୨ ଜଣ ଯୁବକ ଅପହରଣ କରିନେଇଥିଲେ। ତେବେ ପୁଲିସର ତ୍ବରିତ ପଦକ୍ଷେପରୁ ୨୪ ଘଣ୍ଟା ମଧ୍ୟରେ ୨ ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ବାଲୁବନ୍ଧ ଗାଁର ଅନାମ ବିନ୍ଧାଣିଙ୍କ ପୁଅ ମିଲନ(୨୧) ଓ ପଣ୍ଡାପଡ଼ା ଥାନା ଝୁମକାପଶି ଗାଁର ଲୋଭା ପରିଡ଼ାଙ୍କ ପୁଅ ସିନୁ(୨୬)। ଗତକାଲି ୨ ଅଭିଯୁକ୍ତଙ୍କୁ କେସ୍ ନଂ ୪୮/୨୪ ଓ ଆଇପିସି ଦଫା ୩୬୩ ଓ ୩୬୬/୩୪ ଆଧାରରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ‌ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଥିବା ସୂଚନା ମିଳିଛି।

ଖଣିଅଞ୍ଚଳରେ ରହି ବୋଲେରୋ ଚଳାଉଥିବା ମିଲନ ବିବାହିତ ଓ ୨ଟି ସନ୍ତାନର ବାପା ହୋଇଥିଲେ ମଧ୍ୟ ନିଜକୁ ଅବିବାହିତ ବୋଲି ମିଛକହି ସ୍ଥାନୀୟ ସାରୁଆବିଲ ଗାଁର ଜଣେ ଛାତ୍ରୀଙ୍କୁ ପ୍ରେମ କରୁଥିଲା। ବିବାହ ପ୍ରତିଶ୍ରୁତି ଦେଇଥିଲା। ଏ ସଂପର୍କରେ ସେ ସହଅଭିଯୁକ୍ତ ସାଙ୍ଗ ସିନୁକୁ ଜଣାଇଥିଲା। ପ୍ରେମିକାର କକାଝିଅ ସାନଭଉଣୀ ଥିବା ଜାଣି ୨ ଅଭିଯୁକ୍ତ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ରୀଦ୍ବୟଙ୍କୁ ଅପହରଣ ଯୋଜନା କରିଥିଲେ। ସେହିରାତି ଅଭିଯୁକ୍ତମାନେ ପଞ୍ଚାୟତ ଅଫିସ ପାଖ ଅନ୍ଧାରୁଆ ସ୍ଥାନରେ ରହି ୨ ଭଉଣୀଙ୍କୁ ଡକାଇଥିଲେ। ଗୋଟିଏ ବାଇକ୍‌ରେ ୨ ପୀଡ଼ିତାଙ୍କୁ ବସାଇ ଅଭିଯୁକ୍ତ ଦ୍ବୟ ଚମ୍ପଟ୍‌ ଟମକା ରାସ୍ତାରେ ମାରିଥିଲେ।

ଯାଜପୁରରୋଡ଼ ରେଳଷ୍ଟେସନ ପାଖ ଏକ ବସ୍ତିରେ ରହିଥିଲେ। ଅନ୍ୟପକ୍ଷରେ ଖୋଜାଖୋଜି ପରେ ନିରାଶ ହେବାରୁ ପୀଡ଼ିତାଙ୍କ ବାପା ଦିନକ ପରେ ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ଜାଲ ବିଛାଇ ଯାଜପୁରରୋଡ଼ ପୁଲିସ ସହାୟତାରେ ମାତ୍ର ୧୦ ମିନିଟ୍‌ ମଧ୍ୟରେ ସାନଭଉଣୀକୁ ଉଦ୍ଧାର କରିଥିଲା। କିନ୍ତୁ ଅଭିଯୁକ୍ତ ଦ୍ବୟ ବଡ଼ଭଉଣୀକୁ ଧରି ପାଟଣା ଖସି ପଳାଇଥିବା ସୂଚନା ମିଳିଥିଲା। ଏସ୍‌ପି ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ହାବିଲଦାର କୌସ୍ତୁଭ ସେଠୀ, ପୂର୍ଣ୍ଣଚନ୍ଦ୍ର ସାହୁ, ରାଜେନ୍ଦ୍ର ପ୍ରସାଦ ନାୟକ, ସୁମି ଗଇପାଇ ଓ ମମତା ନାୟକଙ୍କୁ ନେଇ ୬ ଜଣିଆ ପୁଲିସ ଟିମ୍‌ ପାଟଣା ଥାନାର ଏକାଧିକ ସ୍ଥାନରେ ଚଢ଼ଉକରି ୨୪ ଘଣ୍ଟା ମଧ୍ୟରେ ଦ୍ବିତୀୟ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ଏଥିସହ ୨ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button