
ବଲାଙ୍ଗିର : IBN ଓଡିଶା:ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ର କନ୍ଦରାଭଟା ନିକଟରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷା ବାହିନୀ ଗୁଳିରେ ୨ ମାଓ କ୍ୟାଡର ନିହତ। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି।
ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଗନ୍ଧମାର୍ଦ୍ଦନ ପାହାଡ଼ର କନ୍ଦରାଭଟା ନିକଟ ଜଙ୍ଗଲରେ ଏସଓଜି ଓ ଡିଭିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଆଜି ଭୋର୍ ସମୟରେ ମାଓବାଦୀମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଫଳରେ ପୁଲିସ ଏହାର ପାଲଟା ଜବାବ ଦେଇଥିଲା। ଏହି ଗୁଳି ବିନିମୟରେ ୨ ମାଓ କ୍ୟାଡର ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ୨ଟି ଈନସାସ ରାଇଫଲ ବନ୍ଧୁକ ଜବତ କରାଯାଇଛି ।
ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗତ ୧୫ ଦିନ ତଳେ ୩ ରାଜ୍ୟର ମାଓବାଦୀ ମେଳି ବାନ୍ଧିଥିବା ଖବର ପ୍ରମେୟରେ ପ୍ରକାଶ ପାଇଥିଲା । ତେବେ ମାଓ ଏନକାଉଣ୍ଟରକୁ ନେଇ ଏସପି ନିତିନ କୁଶଳକର କିଛି କହିନଥିବା ବେଳେ ଜଣେ ବରିଷ୍ଠ ଅଧିକାରୀ ଏହାକୁ ସ୍ଵୀକାର କରିଛନ୍ତି ।