୩୦ ଗ୍ରାମ ବ୍ରାଉନସୁଗାର ସହ ବିଜେଡି ନେତ୍ରୀ ଗିରଫ।ବବିଙ୍କ ଛତ୍ର ଛାୟା ତଳେ ଥିଲେ ମହିଳା।

ଯାଜପୁର:IBN ଓଡିଶା:ବିଜେଡି ନେତ୍ରୀ କରୁଛନ୍ତି ଧଳା ଜହର ବେପାର।ମହିଳା ସଶକ୍ତିକରଣ ର ଅସଲ ଚିତ୍ର ଏବେ ସାମ୍ନା କୁ ଆସିଛି। ୩୦ ଗ୍ରାମ ବ୍ରାଉନ ସୁଗର ସହ ବିଜେଡି ନେତ୍ରୀ ଗିରଫ ହୋଇଛନ୍ତି। ଯାଜପୁର ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ଯାଜପୁର ରୋଡ଼ ଆଦର୍ଶ ଥାନା ଅଞ୍ଚଳର ଡୋଲିପୁର ମିଟୁଆଣି ପୋଖରୀ ନିକଟରେ ରହୁଥିବା ଝୁନୀ ପାତ୍ରଙ୍କ ଠାରୁ ୩୦ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଝୁନୀ ପାତ୍ରଙ୍କ ଗିରଫ କରିଛି ।ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ରହିଛି ସିଧା ବାଲେଶ୍ୱର ଲିଙ୍କ ଯାହା ଖୋଦ ଅବକାରୀ ବିଭାଗ ସ୍ୱୀକାର କରିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ରାଉନ ସୁଗର ବିକ୍ରି କରୁଥିବା ମହିଳା ଜଣଙ୍କ ବିଜୁ ଜନତା ଦଳର ୱାର୍ଡ ନମ୍ବର ୧୯ର ସଭାନେତ୍ରୀ ଥିବା ନିଜେ ସ୍ୱୀକାର ମଧ୍ୟ କରିଛନ୍ତି । ଝୁନୀ ପାତ୍ର ଙ୍କ ଠାରୁ ଅବକାରୀ ବିଭାଗ ଜବତ କରିଥିବା ବ୍ରାଉନ ସୁଗରର ପରିମାଣ ୩୦ ଗ୍ରାମ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ରହିଛି ।ଗିରଫ ହୋଇଥିବା ଝୁନୀ ପାତ୍ର ଅନ୍ୟ ଉପରେ ଦୋଷ ଲଦୁଥିବା ବେଳେ ଅବକାରୀ ବିଭଗ କହିଛି ସିଧା ରହିଛି ବାଲେଶ୍ୱର ଲିଙ୍କ । ତେବେ ବ୍ରାଉନ ସୁଗର ସହ ଗିରଫ ହୋଇଥିବା ଝୁନୀ ପାତ୍ର ନିଜକୁ ବିଜେଡି ସଭାପତି କହୁଥିବା ବେଳେ ଫଟୋ ଏବେ ସୋସିଆଲ ଗଣମାଧ୍ୟମରେ ଭାଇରଲ ହେବାକୁ ଲାଗିଛି ।ବିଜେଡି ଦଳର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଙ୍କ ସହ ଦଳୀୟ ଫୋଟୋ ଭାଇରଲ ହେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।