ରାଜ୍ୟ

କଳାପଟା ପାଇଁ ପଇସା ନାହିଁ। କବାଟ କେବଳ ସାହାରା, ସରକାରୀ ସ୍କୁଲର ଅସଲ ଚେହେରା ପଦାରେ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ରୂପାନ୍ତରିତ ପଞ୍ଚାୟତ ହିଙ୍ଗୁଳା ସରକାରୀ ଉଚ୍ଚବିଦ୍ୟାଳୟରେ ସୋମବାର ଏହା ଦେଖିବାକୁ ମିଳିଛି। ସୋମବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବାକୁ ପୂର୍ବରୁ କାର୍ଯ୍ୟସୂଚୀ ଦିଆଯାଇଥିଲା। ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହୋଇ ନିର୍ଦ୍ଧାରିତ ସମୟରେ ଶ୍ରେଣୀଗୃହରେ ପହଞ୍ଚିଥିଲେ। ପ୍ରଶ୍ନପତ୍ର ନପାଇବାରୁ ପରୀକ୍ଷା ଆରମ୍ଭ ହୋଇପାରି ନଥିଲା। ଏ ବିଷୟରେ ଜାଣିବା ପରେ ବିଦ୍ୟାଳୟରେ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ପହଞ୍ଚିଥିଲେ। ଏହାକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ସରସ୍ବତୀ ପଣ୍ଡା ଓ ପରିଚାଳନା କମିଟି ସଦସ୍ୟଙ୍କ ମଧ୍ୟ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ହୋଇଥିଲା। ଶେଷରେ ପ୍ରଧାନଶିକ୍ଷୟିତ୍ରୀ ଅଭିଭାବକମାନଙ୍କୁ ବିଦ୍ୟାଳୟ ପରିସରରୁ ବାହାରିଯିବାକୁ କହିଥିଲେ ବୋଲି ଦେବେନ୍ଦ୍ର ମହାରଣା ଅଭିଯୋଗ କରିଛନ୍ତି।ଦେବେନ୍ଦ୍ରଙ୍କ ଅଭିଯୋଗ ​ଯେ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୫ ଶହ ପିଲା ପଢୁଛନ୍ତି। ତାଙ୍କ ପିଲା ମଧ୍ୟ ଏଠାରେ ପଢୁଛନ୍ତି। ବହୁ ସମୟ ବାଦବିବାଦ ପରେ ଦିନ ୧୨ ଟାରେ ବିନା ପ୍ରଶ୍ନପତ୍ରରେ ପିଲାଙ୍କ ପରୀକ୍ଷା ଆରମ୍ଭ ହୋଇଥିଲା। ଶିକ୍ଷକମାନେ କଳାପଟା ନଥିବାରୁ କବାଟରେ ପ୍ରଶ୍ନ ଲେଖି ଦେଇଥିଲେ। କଳାପଟା ନଥିବାରୁ କବାଟରେ ଲେଖିଲୁ ବୋଲି ଶିକ୍ଷକ ଶତ୍ରୁଘ୍ନ ବାରିକ କହିଛନ୍ତି। ସେହି କୋଠରିରେ କଳାପଟା ମଧ୍ୟ ନଥିଲା। ଆଶ୍ଚର୍ଯ୍ୟର କଥା ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୧୦ କିଲୋମିଟର ଦୂରତାରେ ଏହି ୫-ଟି ରୂପାନ୍ତରିତ ସରକାରୀ ଉଚ୍ଚବିଦ୍ୟାଳୟଟି ରହିଛି। ରୂପାନ୍ତରଣରେ ବିପୁଳ ଅର୍ଥ ଖର୍ଚ୍ଚ ପରେ ପିଲାମାନେ ଏଭଳି ପରୀକ୍ଷା ଦେବାକୁ ଅଭିଭାବକମାନେ ଗ୍ରହଣ କରିପାରୁ ନାହାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button