ରାଜ୍ୟ

ଏ ବର୍ଷ ବଢ଼ି ନପାରେ ବିଜୁଳି ଦର – Ibnodisha

[ad_1]

ଭୁବନେଶ୍ୱର : ଏବର୍ଷ ବଢ଼ି ନପାରେ ବିଜୁଳି ଦର। ଆଜିଠାରୁ ଆରମ୍ଭ ହେଉଛି ଓଇଆରସିର ଜନଶୁଣାଣି। ୨୦୨୪ -୨୫ ଆର୍ଥିକ ବର୍ଷରେ ବିଜୁଳି ଦର ଧାର୍ଯ୍ଯ ନେଇ ଶୁଣାଣି କରାଯିବ। ପ୍ରଥମ ଦିନରେ ଓଏଚପିସି ଓ ଓପିଜିସିର ଜନଶୁଣାଣି ରହିଛି ।

ଆସନ୍ତାକାଲି ଗ୍ରିଡକୋ ଓ ୨ ତାରିଖରୁ ଟାଟା ପାୱାରର ଜନଶୁଣାଣି କରାଯିବ । ୬ ତାରିଖ ପର୍ଯ୍ଯନ୍ତ ବିଭିନ୍ନ ବିତରକ ଓ ଆବଣ୍ଟନ କମ୍ପାନୀର ଜନଶୁଣାଣି ହେବ । ମିଳିଥିବା ସୂଚନା ଅନୁସାରେ କୌଣସି ବିତରକ ସଂସ୍ଥା ବିଦ୍ଯୁତ ଦର ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇନାହାନ୍ତି । ଗତ ଦୁଇ ବର୍ଷ ଧରି ବିଦ୍ଯୁତ ଦର ଅପରିବର୍ତ୍ତିତ ରହିଛି । ଆସନ୍ତା ଏପ୍ରିଲ ମାସରେ ନୂଆ ଦର ନେଇ ଧାର୍ଯ୍ଯ ହୋଇପାରେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button