ଅପରାଧ

ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନିଜ କ୍ଲିନିକରେ ଝୁଲି ପଡ଼ିଲେ ଡାକ୍ତର ସ୍ୱାମୀ – Ibnodisha

[ad_1]

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଗୋଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନିଜ କ୍ଲିନିକରେ ଝୁଲି ପଡ଼ିଛନ୍ତି ସ୍ୱାମୀ। ମୃତକଜଣକ ୪୦ ବର୍ଷୀୟ ଡାକ୍ତର ଦେବୀ ଦୟାଲ ବୋଲି ଜଣାଯାଇଛି । ମୃତ୍ୟୁ ପାଇଁ ସେ ପତ୍ନୀ, ଶାଳୀ ଓ ଶଳାଙ୍କୁ ଦାୟୀ କରିଥିବା ବେଳେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍‌। ନିଜ କ୍ଲିନିକ୍‌ରେ ଏକୁଟିଆରେ ଥିବା ବେଳେ ଡାକ୍ତର ଦୟାଲ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ବହୁ ସମୟ ପର୍ଯ୍ୟନ୍ତ କବାଟ ଖୋଲା ନ ଯିବାରୁ ସ୍ଥାନୀୟ ଲୋକେ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ କବାଟ ଭାଙ୍ଗି ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଛି।ମୃତ୍ୟୁ ପୂର୍ବରୁ ଡାକ୍ତର ଦୟାଲ ଭିଡିଓ ମେସଜ ସହ ସୁଇସାଇଡ ନୋଟ ବି ଛାଡ଼ି ଯାଇଛନ୍ତି। ସେଥିରେ ନିଜ ମୃତ୍ୟୁ ପାଇଁ ପତ୍ନୀ ପ୍ରିୟା ଯାଦବ, ଶାଳୀ ଭାରତୀ ଓ ଶଳା ରାଜୁଙ୍କୁ ଦାୟୀ କରିଛନ୍ତି। ଏହା ଜଣାପଡ଼ିବା ପରେ ଦୟାଲଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଉକ୍ତ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେମାନଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ ହୋଇଥିବା ପୁଲିସ୍‌ ସୂଚନା ଦେଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button