ଅପରାଧ

ନବଜାତ ଶିଶୁକୁ ସାର୍ବଜନୀନ ଶୌଚାଳୟରେ ଛାଡ଼ି ଚାଲିଗରେ ବାପା, ମା – Ibnodisha

[ad_1]

ନୂଆଦିଲ୍ଲୀ: ଚଣ୍ଡୀଗଡ଼ରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାପା ଓ ମା’ ତାଙ୍କ ସନ୍ତାନକୁ ଶୌଚାଳୟରେ ଛାଡ଼ି ଚାଲି ଯାଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ପୁଲିସ ମାମଲା ରୁଜୁ କରିଛି।ଏଭଳି ଏକ ଦୁଃଖଦ ଘଟଣା ଚଣ୍ଡୀଗଡ଼ ସେକ୍ଟର-୪୩ ସ୍ଥିତ ଆଇଏସବିଟି ସାର୍ବଜନୀନ ଶୌଚାଳୟରେ ଘଟିଛି। ଏହି ଶୌଚାଳୟରୁ ଦୁଇଦିନ ପୂର୍ବରୁ ଏକ ନବଜାତକୁ ପୁଲିସ ଉଦ୍ଧାର କରିଥିଲା। ସଫେଇ କର୍ମଚାରୀ ଶୌଚାଳୟ ସଫା କରିବାକୁ ଆସିଥିବା ସମୟରେ ଏକ ନବଜାତ ସେଠାରେ ପଡ଼ି କାନ୍ଦୁଥିବା ସେମାନେ ଦେଖିବାକୁ ପାଇଥିଲେ। ଏହାପରେ ସଫେଇକର୍ମଚାରୀମାନେ ତୁରନ୍ତ ନବଜାତକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନବଜାତକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚିକତ୍ସା ପରେ ନବଜାତର ସ୍ବାସ୍ଥ୍ୟାବସ୍ଥାସ୍ଥିର ଅଛି। ନବଜାତ ମାତ୍ର ୭ଦିନର ଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button