ଅପରାଧ

ପୁଣି ଠାବ ହେଲା ସେକ୍ସ ରାକେଟ୍, ଚଢ଼ାଉ ବେଳେ ଘର ମାଲିକଙ୍କ ସହ ୩ ଅଟକ – Ibnodisha

[ad_1]

 ବ୍ରହ୍ମପୁର : ବ୍ରହ୍ମପୁରରେ ପୁଣି ଠାବ ହେଲା ସେକ୍ସ ରାକେଟ୍ । ନିମଖଣ୍ଡି ପୋଲିସର ଚଢାଉ ବେଳେ ଏହି ସେକ୍ସ ରାକେଟ୍ ଠାବ ହୋଇଛି । ଘର ମାଲିକଙ୍କ ସହ ତିନି ଜଣ ଦଲାଲ ଅଟକ ଅଛନ୍ତି । ସେମାନଙ୍କ ସହିତ ୩ ଯୁବତୀ ମଧ୍ୟ ଅଟକ ରହିଥିବା ଜଣାପଡିଛି ।ସୂଚନା ଅନୁସାରେ ବ୍ରହ୍ମପୁର ଶକ୍ତି ନଗର ପ୍ରଥମ ଲାଇନରେ ସେକ୍ସ ରାକେଟ୍ ଠାବ ହୋଇଛି । ଖବର ପାଇ ନିମଖଣ୍ଡି ପୋଲିସର ଚଢାଉ କରିଥିଲା। ଏହି ଘଟଣାରେ ତିନି ଜଣ ଦଲାଲଙ୍କ ସହିତ ତିନି ଯୁବତୀ ଅଟକ ରହିଛନ୍ତି । ଅଟକ ଯୁବତୀଙ୍କ ମଧ୍ୟରୁ ଜଣେ ଆନ୍ଧ୍ର ପ୍ରଦେଶ ଏବଂ ଦୁଇ ଜଣ ଯୁବତୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଅଟକ ୩ ଦଲାଲ ବ୍ରହ୍ମପୁରର ବୋଲି ଜଣାପଡିଛି । ପୋଲିସ ଏ ନେଇ ଅଧିକ ଛାନଭିନ୍ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button