ଅପରାଧ

ପତ୍ନୀ ସମେତ ତିନି କନ୍ୟାଙ୍କୁ ପିଟି ପିଟି ହତ୍ୟା – Ibnodisha

[ad_1]

ଲାହୋର: ପରିବାର ଚଳାଇବା କଷ୍ଟକର ହୋଇପଡ଼ିବା ପରେ ଜଣେ ବ୍ୟକ୍ତି ପତ୍ନୀ ଓ ତିନିଜଣ କନ୍ୟାଙ୍କୁ ପିଟି ପିଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଏପରି ଏକ ଦୁଃଖଦ ଘଟଣା ଗୁରୁବାର ରାତିରେ ପାକିସ୍ତାନର ପଞ୍ଜାବ ପ୍ରଦେଶ ରାଜଧାନୀ ଲାହୋର ଠାରୁ ୧୩୦ କିମି ଦୂର ଫୈସଲାବାଦ ଜିଲ୍ଲାରେ ଘଟିଛି । ମିଡିଆ ରିପୋର୍ଟ ଅନୁସାରେ ତାହିର ପରଭେଜ୍ ନାମକ ବ୍ୟକ୍ତି ପ୍ରଥମେ ପତ୍ନୀ ଏବଂ ୧୦ରୁ ୧୬ ବର୍ଷର ତିନିଜଣ କନ୍ୟାଙ୍କୁ ବିଷାକ୍ତ ପଦାର୍ଥ ଖୁଆଇବା ପରେ ପିଟି ପିଟି ହତ୍ୟା କରିବା ପରେ ନିଜେ ନିଦ ବଟିକା ଖାଇ ଆତ୍ମହତ୍ୟା କରିଛନ୍ତି ।

ମୃତକଙ୍କ ଘରୁ ଏକ ସୁଇସାଇଡ୍ ନୋଟ୍ ପୁଲିସକୁ ମିଳିଛି । ପରିବାର ପ୍ରତିପୋଷଣ କରିନପାରିବା କାରଣରୁ ସେମାନଙ୍କୁ ହତ୍ୟା କରିଥିବା ଏଥିରେ ପରଭେଜ୍ ଲେଖିଛନ୍ତି । ଏହା ସହିତ ବନ୍ଧୁଙ୍କ ଠାରୁ ନେଇଥିବା କରଜ ପରିଶୋଧ କରିବାରେ ବିଫଳ ହୋଇଥିବା ମଧ୍ୟ ଏହି ସୁଇସାଇଡ୍ ନୋଟ୍‌ରେ ଦର୍ଶାଇଛନ୍ତି । ପରଭେଜ୍ ଆହୁରି ଲେଖିଛନ୍ତି, ଆମେ ଏହି କ୍ରୂର ଦୁନିଆରେ ରହିବା ଉଚିତ ନୁହେଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button