ଏକତରଫା ପ୍ରେମ କରୁଣ ପରିଣତି : ପ୍ରେମରେ ବିଫଳ ପରେ ପ୍ରେମିକାକୁ ହତ୍ୟା – Ibnodisha

[ad_1]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଇଟାବାରେ ଘଟିଛି ଅଭାବନୀୟ ଘଟଣା ।ନର୍ସିଂ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେଲେ ବିବାହିତ ବ୍ୟକ୍ତି । ରାଗରେ ମାରିଦେଲେ । ନର୍ସିଂ ଛାତ୍ରୀଜଣକ ସୈଫଇ ମେଡ଼ିକାଲ କଲେଜରେ ପ୍ରଥମ ବର୍ଷର ନର୍ସିଂ ଛାତ୍ରୀ ଥିଲେ। ତାଙ୍କ ଘର କୁଦରକୋଟ ଅଞ୍ଚଳରେ ହୋଇଥିବା ବେଳେ ଅଭିଯୁକ୍ତ ମହେନ୍ଦ୍ରଙ୍କ ଘର ବି ସେଠାରେ ବୋଲି ଜଣାଯାଇଛି। ମହେନ୍ଦ୍ର ପୂର୍ବରୁ ବିବାହିତ ଥିବା ବେଳେ ସେ ଉକ୍ତ ଛାତ୍ରୀଙ୍କୁ ଏକତରଫା ପ୍ରେମ କରିରୁଥିଲା ମାତ୍ର ଛାତ୍ରୀଙ୍କ ସମେତ ତାଙ୍କ ପରିବାର ଲୋକେ ବି ଏହାକୁ ବିରୋଧ କରୁଥିଲେ। ଏନେଇ ଉକ୍ତ ବ୍ୟକ୍ତିଙ୍କ ଘରେ ଅଭିଯୋଗ ହୋଇଥିଲେ ବି ସେମାନେ ଏହି ଘଟଣାର କୌଣସି ସମାଧାନ କରି ନ ଥିଲେ। ଇତି ମଧ୍ୟରେ ଛାତ୍ରୀଜଣକ ହଷ୍ଟେଲକୁ ରହିବାକୁ ଚାଲି ଯାଇଥିଲେ। ତାଙ୍କୁ ଖୋଜିଖୋଜି ମନ୍ଦେନ୍ଦ୍ର ବି ସେଠାରେ ପହଞ୍ଚି ଯାଇଥିଲେ। ସେଠାରେ ସେ ତାଙ୍କୁ ହଇରାଣ କରିବା ସହ ପ୍ରସ୍ତାବରେ ରାଜି ହେବାକୁ ଧମକ ଦେଉଥିଲେ। ଏହା ସତ୍ତ୍ୱେ ବି ଛାତ୍ରୀଜଣକ ମହେନ୍ଦ୍ରଙ୍କ ପ୍ରସ୍ତାବରେ ରଜି ହୋଇ ନ ଥିଲେ। ଏଥିରେ ଉତ୍ୟକ୍ତ ମହେନ୍ଦ୍ର ଘଟଣା ଦିନ ଛାତ୍ରୀଙ୍କୁ ନେଇ କେଉଁଆଡ଼େ ଚାଲି ଯାଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରୁ ଖବର ପାଇ ପରିବାର ଲୋକେ ପହଞ୍ଚି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ନିକଟସ୍ଥ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ସୂଚନା ମିଳିଥିଲା। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ମହେନ୍ଦ୍ରଙ୍କୁ ଗିରଫ କରିବାକୁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ତାଙ୍କ ସନ୍ଧାନ ମିଳି ପାରିନି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।
[ad_2]



