ଅପରାଧ

ସର୍ବସମ୍ମୁଖରେ କମ୍ପ୍ୟୁଟର ଶିକ୍ଷୟିତ୍ରୀଙ୍କୁ ପିଟିଲେ ପ୍ରଧାନଶିକ୍ଷୟିତ୍ରୀ – Ibnodisha

[ad_1]

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । କଥା ମାନିଲେନି କମ୍ପ୍ୟୁଟର ଶିକ୍ଷୟିତ୍ରୀ। ଏଥିରେ ରାଗି ହିତାହିତ ଜ୍ଞାନ ହରାଇ ବସିଲେ ପ୍ରଧାନ ଶିକ୍ଷୟିତ୍ରୀ। ଆଉ ସ୍କୁଲରେ ସର୍ବ ସମ୍ମୁଖରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଚୁଟି ଟାଣି ତାଙ୍କୁ ପିଟାପିଟି କଲେ। ଏପରିକି ତାଙ୍କୁ ଜାତିଆଣ ଆକ୍ଷେପ କରିବାକୁ ବି ପଛାଇଲେ ନାହିଁ । ତେବେ ଗାଜିଆବାଦର ଜୟପ୍ରକାଶ ନାରାୟଣ ସର୍ବୋଦୟ ବିଦ୍ୟାଳୟରେ ଏପରି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।କମ୍ପ୍ୟୁଟର ଶିକ୍ଷୟତ୍ରୀ ଆଂଶିକାଙ୍କ ଅଭିଯୋଗ ଅନୁଯାୟୀ, ଗତ ୪ ତାରିଖରେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ କମ୍ପ୍ୟୁଟର ବ୍ୟତୀତ ଅନ୍ୟ ବିଷୟ ପ‍ଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଅଧିକାରୀଜଣକ ଏଥିନିମନ୍ତେ ମନା କରିବା ସହ କେବଳ କମ୍ପ୍ୟୁଟର ପଢ଼ାଇବାକୁ ତାଙ୍କୁ କହିଥିଲେ। ଏହାପରେ ସେ ସ୍କୁଲରେ ଥିବା ନିଜ କମ୍ପ୍ୟୁଟରରେ କାମ କରୁଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ସେଠାରେ ପହଞ୍ଚି ଚୁଟି ଟାଣି ତାଙ୍କୁ ପିଟାପିଟି କଲେ। ଏତିକିରେ ମନ ଶାନ୍ତି ନ ହେବାରୁ ତାଙ୍କୁ ଜାତିଆଣ ଆକ୍ଷେପ ବି କଲେ। ଏ ନେଇ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button