ମସଜିଦ୍ ଭିତରେ ମୌଲବୀଙ୍କୁ ପଟିପିଟି ହତ୍ୟା – Ibnodisha

[ad_1]
ଜୟପୁର: ରାଜସ୍ଥାନର ଆଜମେର ଅଞ୍ଚଳରେ ଥିବା ଏକ ମସଜିଦ୍ ଭିତରେ ମୃତ୍ୟୁର ଖେଳ ଖେଳାଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ମୁହଁରେ ମାସ୍କ ପିନ୍ଧିଥିବା ୩ ଦୁର୍ବୃତ୍ତ ମସ୍ଜିଦ୍ ମଧ୍ୟରେ ଅନୁପ୍ରବେଶ କରିବା ସହ ଜଣେ ମୌଲବୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ମସଜିଦ୍ରେ ୬ ପିଲାମାନଙ୍କ ଆଖି ସାମ୍ନାରେ ଏହି ନାରକୀୟ କାଣ୍ଡ ଘଟିଥିଲା । ପୁଲିସ୍ ଏହି ଘଟଣାରେ ଏବେ ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀଙ୍କ ସମ୍ପର୍କରେ କୌଣସି ସୁରାଗ୍ ପାଇପାରିନାହିଁ ।
ରିପୋର୍ଟ ଅନୁସାରେ ରାମଗଞ୍ଜର କାଞ୍ଚନ ନଗରରେ ଥିବା ଏହି ମସଜିଦ୍ରେ ମୌଲବୀ ମହମ୍ମଦ ତାହିର (୩୦ବର୍ଷ) ୬ ଜଣ ପିଲାଙ୍କୁ ନେଇ ଶନିବାର ରାତିରେ ଶୋଇଥିଲେ । ତେବେ ବିଳମ୍ବିତ ରାତିରେ ୩ ଜଣ ମୁଖାପିନ୍ଧା ଯୁବକ ସେଠାରେ ପହଞ୍ଚି କେହି କିଛି ବୁଝିବା ଆଗର କାଠ ଫାଳିଆରେ ମହମ୍ମଦ ତାହିରଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଏହାଦେଖି ପିଲାମାନେ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ମାରି ଦେବାକୁ ଧମକ ଦେଇଥିଲେ । ବେଶ କିଛି ସମୟ ମୌଲବୀଙ୍କୁ ସେମାନେ ତଳେ ପକାଇ ପିଟିବା ପରେ ଲହୁଲୁହାଣ ଅବସ୍ଥାରେ ମାହିରଙ୍କୁ ଛାଡି ସେମାନେ ଫେରାର ହୋଇଯାଇଥିଲେ । ଏପରିକି ପିଲାମାନେ କାଳେ ମୌଲବୀଙ୍କ ମୋବାଇଲରୁ କାହାକୁ ଫୋନ କରିଦେବେ, ସେଥିପାଇଁ ଆକ୍ରମଣକାରୀ ଏହାକୁ ମଧ୍ୟ ଛଡ଼ାଇ ନେଇଥିଲେ । ତେବେସେମାନେ ଫେରାର ହେବା ପରେ ପିଲାମାନେ ବାହାରକୁ ଆସିବା ସହ ଆଖପାଖ ଲୋକଙ୍କୁ ଏନେଇ ଖବର ଦେଇଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମହମ୍ମଦ ମାହିରଙ୍କ ମୃତ୍ୟୁ ହୋଇ ସାରିଥିଲା ।
ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମହମ୍ମଦ ତାହିର ବେଶ୍ କିଛି ସମୟ ଧରି ମସ୍ଜିଦ୍ରେ ମୁସଲିମ୍ ପିଲାମାନଙ୍କୁ ପାଠ ପଢ଼ାଇବା ଜାରି ରଖିଥିଲେ ଏବଂ ରାତିରେ ଅଧିକାଂଶ ସମୟରେ ମସଜିଦ୍ରେ ହିଁ ସେ ରହିଯାଉଥିଲେ । ତେବେ ଏହି ଘଟଣାରେ ପୁଲିସ୍ ହତ୍ୟା ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରୁଛି । ତାହିରଙ୍କ ସହ କାହାର ଶତ୍ରୁତା ଥିଲା କିମ୍ବା ଅନ୍ୟ କୌଣସି ବିବାଦ ରହିଥିଲା ସେଦିଗରେ ପୁଲିସ୍ ଏବେ ଜେରା କରୁଛି ।
[ad_2]