ଅପରାଧ

ମଦ ପିଇ ଶାଳୀ ସହ ଭିଣୋଇ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…. – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରୁ ଏକ ସମ୍ବେଦନଶୀଳ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ନିଜେ ଭିଣେଇ ତାଙ୍କ ଅନ୍ୟ ୪ ସହଯୋଗୀଙ୍କ ସହ ମିଶି ବିବାହିତା ଶାଳି ଗଣଦୁଷ୍କର୍ମ କରିଛି । ଇଟାୱା ଜିଲ୍ଲାର ବସରେହର ଅଞ୍ଚଳରେ ଏହି ଘଟଣା ଘଟିଛି । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭିଣୋଇ ଓ ତାଙ୍କ ସାଙ୍ଗମାନଙ୍କୁ ଗିରଫ କରିଛି । ଏଥିସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି । ଅଭିଯୋଗ ଅନୁଯାୟୀ, ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ, ଯାହା ପରେ ସେ ଆସି ତାଙ୍କ ଭିଣୋଇଙ୍କ ସହ ରହିବା ଆରମ୍ଭ କରିଥିଲେ। ମଙ୍ଗଳବାର ରାତିରେ ଭଉଣୀର ଶ୍ୱଶୁର ଘରେ ରହିବାକୁ ଭିଣୋଇ ତାଙ୍କୁ ଛାଡ଼ିବାକୁ ଯାଇଥିଲେ । ହେଲେ ବାଟରେ ଭିଣୋଇ ତାଙ୍କୁ ମଦ୍ୟପାନ କରାଇଥିଲେ । ଏହାପରେ ତାଙ୍କୁ ମନ୍ଦିର ପଛପଟେ ଥିବା ଏକ ଘରକୁ ନେଇଯାଇଥିଲା ଯେଉଁଠାରେ ତାର ୪ ଜଣ ସାଙ୍ଗ ମଧ୍ୟ ପହଞ୍ଚିଥିଲେ ।

ସମସ୍ତେ ମିଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ବୁଧବାର ସକାଳେ ପୀଡ଼ିତାଙ୍କ ଚେତା ଫେରିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ପରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ଏନେଇ ଏସ୍‌ଏସ୍ପି ସଞ୍ଜୟ କୁମାର କହିଛନ୍ତି ଯେ ଜଣେ ୩୨-୩୩ ବର୍ଷୀୟା ମହିଳା ତାଙ୍କ ଭଉଣୀଙ୍କ ସ୍ୱାମୀ ଅର୍ଥାତ୍ ଭିଣୋଇ ତାଙ୍କ ସାଙ୍ଗମାନଙ୍କ ସହ ମିଶି ତାଙ୍କ ସହ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ବସରେହର ଥାନାରେ ଧାରା ୩୭୬ଡି ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି । ମହିଳାଙ୍କ ଡାକ୍ତରୀ ମାଇନା କରାଯିବା ସହ ଧାରା ୧୭୬ ସିଆରପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲାରେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button