ରାଜ୍ୟ

ଓଏଏସ୍ ସ୍ତରରେ ଅଦଳ ବଦଳ – Ibnodisha

[ad_1]

ଭୁବନେଶ୍ୱର: ଆଜି ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ, ଦିପ୍ତୀ ମହାପାତ୍ରଙ୍କୁ ଏସ୍‌ଡି ଏବଂ ଟିଇ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ସେହିପରି ନବକିଶୋର ଜେନାଙ୍କୁ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ, ନରେଶ ଚନ୍ଦ୍ର ସବରଙ୍କୁ ସ୍ୱତନ୍ତ୍ର ଏଲ୍‌ଏଓ ଛେଳିଗଡ଼ ଗତିପତି ଜିଲ୍ଲାକୁ ବଦଳି କରାଯାଇଛି । ସେହିପରି ଓଏଏସ୍ ଦୁଖଃବନ୍ଧୁ ନାୟକଙ୍କୁ ସୁକିନ୍ଦା ସ୍ପେଶାଲ ଏଲ୍‌ଏଓ ଏବଂ ଆର୍‌ଆର୍‌, ଚିନ୍ମୟ କୁମାର ଆଚାର୍ଯ୍ୟଙ୍କୁ ଭୁବନେଶ୍ୱରର ଉପଜିଲ୍ଲାପାଳ, ଶଙ୍କର କେର୍‌କେଟ୍ଟାଙ୍କୁ ଅଗଲପୁର, ବଲାଙ୍ଗୀର ବିଡିଓ ଭାବେ ବଦଳି କରାଯାଇଛି । ସେହିପରି ହେମସାଗର ଭୋଇଙ୍କୁ ସମ୍ବଲପୁର ଜିଲ୍ଲାର ଉପ ଜିଲ୍ଲାପାଳ ଭାବେ ବଦଳୀ କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button