ରାଜ୍ୟ

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ – Ibnodisha

[ad_1]

ପୁରୀ : ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ । ସୂଚନା ଅନୁଯାୟୀ, ରବିବାର ସଂନ୍ଧ୍ୟା ସମୟରେ ବାଂଲାଦେଶର ୪ଜଣ ଅଣହିନ୍ଦୁ ସନ୍ଦେହ ଜନକ ଭାବେ ଉତ୍ତରଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିବା ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଦେଖିଥିଲେ । ସେମାନଙ୍କୁ ପଚରାଉଚରା କରିବା ପରେ ତାଙ୍କର ୫ଜଣ ଲୋକ ମନ୍ଦିରକୁ ଯାଇଥିବା ସେମାନେ କହିଥିଲେ । ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଓ ୪ଜଣ ଅଣହିନ୍ଦୁ ବୋଲି ଜାଣିବାକୁ ପାଇଥିଲେ ବଜରଙ୍ଗ ଦଳର କର୍ମୀମାନେ । ଏହାପରେ ବଜରଙ୍ଗ ଦଳର କର୍ମୀମାନେ ସେମାନଙ୍କୁ ସିଂହଦ୍ଵାର ଥାନାରେ ଜିମା ଦେଇଥିଲେ । ପୋଲିସ ଏହି ଘଟଣାରେ ୯ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି । ସେମାନେ କେବେଠାରୁ ଆସିଲେଣି, କେଉଁଠି ରହୁଥିଲେ ଏବଂ ସେମାନଙ୍କ ପାସ୍‌ପୋର୍ଟ, ଭିସା ଆଦି କାଗଜପତ୍ର ଯାଞ୍ଚ କରିଛି । ୩ ଜଣଙ୍କ ପାସ୍‌ପୋର୍ଟ ଜବତ କରାଯାଇଥିବା ବେଳେ ଅନ୍ୟମାନଙ୍କ ପାସ୍‌ପୋର୍ଟ ଭେରିଫିକେଶନ ପାଇଁ ସେମାନେ ରହୁଥିବା ହୋଟେଲକୁ ଯାଇ ତନଖି କରାଯାଇଛି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପ୍ରତିଟି ଦିଗକୁ ନେଇ ଛାନବିନ କରୁଛି ସିଂହଦ୍ୱାର ଥାନା ପୋଲିସ । ପ୍ରକୃତରେ କେତେଜଣ ମନ୍ଦିରକୁ ପ୍ରବେଶ କରିଥିଲେ ସେ ନେଇ ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି ।

 

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button