ରାଜ୍ୟ

ଶୋକ ପ୍ରକାଶ କଲେ ପ୍ରଣବ ପ୍ରକାଶ ଓ ମାନସ ମଙ୍ଗରାଜ – Ibnodisha

[ad_1]

ଭୁବନେଶ୍ବର : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କର ଆଜି ପରଲୋକ ହୋଇଛି। ଶୁକ୍ରବାର ଭୋର ୫ଟା ୨୩ ମିନିଟରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ  ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଶୋକବ୍ୟକ୍ତ କରିବା ସହ ଜନସେବା କ୍ଷେତ୍ରରେ ତାଙ୍କର ଅବଦାନ ସବୁବେଳେ ପାଇଁ ମନେ ରହିବ ବୋଲି କହିଛନ୍ତି। ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ପ୍ରଣବ ପ୍ରକାଶ ଦାଶ ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ  ମାନସ ମଙ୍ଗରାଜ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button