ରାଜ୍ୟ
ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ସ୍ତ୍ରୀର ଜୀବନ ନେଲା ସ୍ୱାମୀ – Ibnodisha

[ad_1]
ବଲାଙ୍ଗୀର : ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ସ୍ତ୍ରୀର ଜୀବନ ନେଲା ସ୍ୱାମୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ତେବେ ସୂଚନା ଅନୁଯାଇ, ପାଟଣାଗଡ଼ – ପଦ୍ମପୁର ରାସ୍ତାରେ ଥିବା ମାୟାବତୀ ନଦୀ ସେତୁ ତଳେ ସ୍ବାମୀ ତାର ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡ଼ିଛି। ଅଞ୍ଜନା ବାଗ ନାମ୍ନୀ ମହିଳା ଗାଧୋଇବା ପାଇଁ ନଦୀକୁ ଆସିଥିଲେ। ଏହି ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଞ୍ଜନାର ସ୍ବାମୀ କୃଷ୍ଣ ବାଗ ଧରିଥିବା ଟାଙ୍ଗିଆରେ ଅଞ୍ଜନା ଉପରେ ପ୍ରହାର କରିଥିଲା। ଫଳରେ ଘଟଣାସ୍ଥଳରେ ଅଞ୍ଜନାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଏହି ଘଟଣା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୁଲିସ ମଧ୍ୟ ପହଞ୍ଚିଥିଲା। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଥାନାକୁ ଆଣି ପଚରାଉଚରା କରୁଛି।
[ad_2]



