ରାଜ୍ୟ

ଆମେରିକାରେ ଭାରତୀୟ ପିଏଚଡି ଛାତ୍ରଙ୍କୁ ଗୁଳି କରି ହତ୍ୟା – Ibnodisha

[ad_1]

ଆମେରିକା : ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ର ହିଂସାର ଶିକାର । ଜଣେ 26 ବର୍ଷୀୟ ପିଏଚଡି ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏନେଇ ଛାତ୍ର ଜଣକ ପାଠ ପଢୁଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଦିତ୍ୟ ଅଦଲଖା ନାମକ ଜଣେ ପିଏଚଡି ଛାତ୍ରଙ୍କୁ ଆମେରିକାର ଓହିଓ ସହରରେ ଗୁଳିକରି ହତ୍ୟା କରାଯାଇଛି। ଆଦିତ୍ୟ ସିନ୍ସିନାଟି ମେଡିକାଲ୍ ସ୍କୁଲର ମଲିକୁଲାର ଏବଂ ଡେଭଲପମେଣ୍ଟାଲ୍ ବାୟୋଲୋଜି କାର୍ଯ୍ୟକ୍ରମରେ ଚତୁର୍ଥ ବର୍ଷର ପିଏଚଡି(ଡକ୍ଟୋରାଲ୍) ଛାତ୍ର ଥିଲେ। ଚଳିତ ମାସ 9 ତାରିଖରେ ଏକ କାର୍ ମଧ୍ୟରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ଆଦିତ୍ୟଙ୍କ ଶରୀରରେ ଏକାଧିକ ଗୁଳି ବାଜିଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ ଆମେରିକା ପୁଲିସ। ଏପରିକି କେଉଁ କାରଣରୁ ଆଦିତ୍ୟଙ୍କୁ ଗୁଳି କରାଯାଇଛି, ସେନେଇ ମଧ୍ୟ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇନାହିଁ। କିଛି ଦିନ ହେବ, ଆମେରିକାର ବିଭିନ୍ନ ହିଂସାକାଣ୍ଡରେ ଭାରତୀୟ ଛାତ୍ର ବଳି ପଡୁଛନ୍ତି। ନିକଟରେ ଆଉ ଜଣେ ଛାତ୍ରଙ୍କୁ ଜିମରେ ଛୁରୀ ଭୁଶି ହତ୍ୟା କରାଯାଇଥିଲା। ଲୁଟ୍ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଛାତ୍ର ଜଣକ ପଢୁଥିବା ବିଶ୍ୱବିଦ୍ୟାଳୟ କହିଥିଲା। ସେହିପରି ଜଣେ ଭାରତୀୟ ଛାତ୍ରୀ ଆମେରିକା ପୁଲିସ ଗାଡି ଦୁର୍ଘଟଣାରେ ପ୍ରାଣ ହରାଇଥିଲା। ଛାତ୍ରୀଙ୍କ ମୃତ୍ୟୁ ପରେ ପୁଲିସ ଭ୍ୟାନରେ ଥିବା କର୍ମଚାରୀ ଥଟ୍ଟା-ମଜା କରି ହସୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା, ଯାହାକୁ ନେଇ ଭାରତ ସରକାର ଆମେରିକା ସରକାରଙ୍କୁ ଜବାବ ମାଗିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button