ରାଜ୍ୟ

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା – Ibnodisha

[ad_1]

ଭୁବନେଶ୍ୱର : ପ୍ରତିଶୃତି ଦେଇ ପ୍ରତାରଣା କରିବା ହେଉଛି ଶାସକ ବିଜେଡିର ଅଭ୍ୟାସ । ଓଡିଶାବାସୀଙ୍କୁ ଗୋଟିଏ ପରେ ଗୋଟିଏ ପ୍ରତିଶୃତି ଦେଇ ଦୀର୍ଘ ୨୪ ବର୍ଷ ଧରି ପ୍ରତାରଣା କରିଆସୁଛି ଶାସକ ବିଜେଡି । ବିଜେଡି ଶାସନରେ ଓଡିଆ ଅସ୍ମିତା ଓ ସ୍ୱାଭୀମାନ ଅସୁରକ୍ଷିତ । ଏ ସରକାର ହଟିବା ଦରକାର । ଓଡିଶାବାସୀ ମନସ୍ଥିର କରିଛନ୍ତି, ଏଥର ବିଜେଡିକୁ ବିଦା କରି ଭାରତୀୟ ଜନତା ପାର୍ଟୀକୁ ସରକାରରେ ବସାଇବେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର କୁଲେଶିକା ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ କୁଲେସିକାଙ୍କ ସମେତ ଲକ୍ଷ୍ମୀପୁର ବ୍ଲକ ବିଜେଡି ସଭାପତି ପ୍ରସାଦ ଖରା, ବରିଷ୍ଠ ବିଜେଡି କର୍ମୀ ହରି ତୁରୁକ, ପାଇଲି କଡ୍ରକା, ନିଧି ହିକାକା, ସୁଶାନ୍ତ ତୁରୁକ, ଉଦୟ କୁମାର ବେରିଆ, ଲକ୍ଷ୍ମିପୁର ବ୍ଲକର ଉପାଧ୍ୟକ୍ଷ ଦେବ୍ ଖରା, ଓଡିଆପେଂଟ ଗ୍ରାମ ପଂଚାତୟ ସରପଂଚ ବଙ୍ଗିସାଡୁଆଲ୍ ମାଣ୍ଡିଙ୍ଗା, ପୂର୍ବତନ ବ୍ଲକ ସଭାପତି ମୂରଲୀ ତୁଲା, ପୂର୍ବତନ ସମିତି ସଦସ୍ୟ ଦୁର୍ଯ୍ୟ ନାଗ, ପୂର୍ବତନ ଯୁବ ସଭାପତି ରଜତ କଳ୍ପା, ବିଜେଡିର ପୂର୍ବତନ ପଂଚାୟତ ସଭାପତି ରାଜୁ କଳ୍ପା, ବିଜେଡିର ସଦସ୍ୟ ସଞ୍ଜବି କୁମାର ବାଙ୍ଗାରି ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବି ଶ୍ରୀ ପ୍ରଶାନ୍ତ କୁମାର ଦାଶ, ବିଖ୍ୟାତ ବାରିକ ଓ ଜୟନ୍ତ ମହାଳିକ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ରାଜ୍ୟ ସଭାପତି ଶ୍ରୀ ସାମଲ ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ମହେଶ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button