ରାଜ୍ୟ
ବାତ୍ୟା ଦାନା କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବ ବାଲେଶ୍ୱର ଜିଲ୍ଲା ପ୍ରଶାସନ
ଆଜି ସଂଧ୍ୟା ସୁଦ୍ଧା ବାତ୍ୟା ଦାନା କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବ ବାଲେଶ୍ୱର ଜିଲ୍ଲା ପ୍ରଶାସନ । ବାତ୍ୟା ପ୍ରଭାବରେ ଜିଲ୍ଲାର ୧୨ଟି ବ୍ଲକରୁ ୬ଟି ବ୍ଲକ ଅଧିକ ପ୍ରଭାବିତ ହୋଇଥିଲା । କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲା ପ୍ରଶାସନ ଗଠନ କରିଥିଲା ସ୍ୱତନ୍ତ୍ର ଟିମ୍ । ପ୍ରଭାବିତଙ୍କୁ ଭେଟି କ୍ଷୟକ୍ଷତି ଆକଳନ ପାଇଁ କୁହାଯାଇଥିଲା ।
କୃଷି ବିଭାଗ , ଉଦ୍ୟାନ କୃଷି ବିଭାଗ , ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ଆରଆଇ , ଅମିନ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଫିଲଡକୁ ଯାଇ କ୍ଷୟକ୍ଷତି ଆକଳନ କରିଥିଲେ । କିନ୍ତୁ କିଛି ସ୍ଥାନରେ କ୍ଷୟକ୍ଷତି ଆକଳନରେ ଅବହେଳା କରାଯାଇଥିବା କ୍ଷତିଗ୍ରସ୍ତମାନେ ଅଭିଯୋଗ ଆଣିଛନ୍ତି ।
ଜମିରେ ଯଦି ୩୩ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିଲେ ଚାଷୀଙ୍କୁ କ୍ଷତି ପୂରଣ ମିଳିବ। ବାଲେଶ୍ଵର ଜିଲ୍ଲାରେ ପ୍ରାୟ ୩୫ଶହ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।