IBN ଓଡ଼ିଶା ବ୍ୟୁରୋ

ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ଆସିଲା ଅଗ୍ନିଶମ ବିଭାଗର ବାଇକ, ସହଜରେ ଏଡ଼ାଇ ହେବ ଦୁର୍ଘଟଣା

ର ଘର ବୁଲି ସେବା ଯୋଗାଇବ ଅଗ୍ନିଶମ ବିଭାଗର ବାଇକ୍ । ଦମଦାର ଡିଜାଇନ୍ ସହ ଏହି ବାଇକରେ ରହିଛି ଜବରଦସ୍ତ ଫିଚର । ଛୋଟ ଛୋଟ ରାସ୍ତାରେ ବଡ଼ ବଡ଼ ଅଗ୍ନିଶମ ବିଭାଗର ଗାଡି ଯାଇ ସେବା ପ୍ରଦାନ କରିବା କଷ୍ଟ ସାଧ୍ୟ ହୋଇପଡୁଥିବା ବେଳେ ଛୋଟ ରାସ୍ତାରେ ମିଳିବ ବାଇକ ଯୋଗେ ଅଗ୍ନିଶମ ସେବା । ଏଥିଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଥିବା ଅଗ୍ନିଶ୍ରମ ବିଭାଗକୁ ଆସିଛି ଅଗ୍ନିଶମ ବିଭାଗର ନୂଆ ବାଇକ ।

ସାଇରନ ଠାରୁ ଆରମ୍ଭ କରି ପାଣି ସିଞ୍ଚନ ପାଇଁ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା । ତେବେ ଏହି ସ୍ବତନ୍ତ୍ର ବ୍ୟବସ୍ଥା କଣ ରହିଛି ଆସନ୍ତୁ ଜାଣିବା ।

ସୁନ୍ଦର ଭାବେ ଡିଜାଇନ୍ ହୋଇଥିବା ବାଇକରେ ପାଣି ରହିବା ପାଇଁ ଏମିତି ବ୍ୟବସ୍ଥା ହୋଇଛି ଯେ ଆଉ ୪ ଚକିଆ ଅଗ୍ନିଶମ ବିଭାଗ ଗାଡ଼ିର ଆବଶ୍ୟକତା ହେବ ନାହିଁ । ଏହି ଗାଡ଼ିରେ ସାଇରନ୍ ବାଜିବା ଠାରୁ ଆରମ୍ଭ କରି ଏହାର ହେଲମେଟକୁ ବି ବଢ଼ିଆ ଭାବେ ଡିଜାଇନ୍ କରାଯାଇଛି । ଚାଳକଙ୍କ କଥା ବାହାରକୁ ଶୁଣାଯିବା ପାଇଁ ହେଲମେଟରେ ଲାଗିଛି ଏକ ସ୍ପିକର । ଏତଦ୍ ବ୍ୟତୀତ ବାଇକରେ ଫାଷ୍ଟେଡ୍ ବକ୍ସ ମଧ୍ୟ ରହିଛି । ବାଇକର କଲର ବି ଅରେଞ୍ଜ ରଖାଯାଇଛି, ଯାହା ଦ୍ବାରା ଲୋକମାନେ ଦୂରରେ ଅଗ୍ନିଶମ ବାଇକ ଆସୁଛି ଜାଣିପାରିବେ । ଏହି ବାଇକ୍ ଦ୍ବାରା ଅଗ୍ନିଶମ ବିଭାଗ ଯେକୌଣସି ଗଳି କନ୍ଦି ସ୍ଥାନକୁ ସହଜରେ ଯାଇ ପାରିବ ଏବଂ ଦୁର୍ଘଟଣାକୁ ଏଡ଼ାଇ ପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button