IBN ଓଡ଼ିଶା ବ୍ୟୁରୋ
ଦମ୍ପତିଙ୍କ କାର୍କୁ ଅଟକାଇ ଭଙ୍ଗାରୁଜା କଲେ, ୫ ବର୍ଷର ପିଲା ଆହତ: ଦେଖନ୍ତୁ ଭିଡିଓ

ବିଚ୍ ରାସ୍ତାରେ ଦୁଇ ଜଣ ଯୁବକ ଖେଳାଇଛନ୍ତି ଆତଙ୍କ। ସେମାନେ କାରରେ ଯାଉଥିବା ଦମ୍ପତିଙ୍କୁ ପିଛା କରି ଅଟକାଇବା ସହ ଦାଦାଗିରି ଦେଖାଇଛନ୍ତି। ସେମାନେ କାରକୁ ଭଙ୍ଗାରୁଜା କରିବାରୁ ପଛ ସିଟ୍ରେ ବସିଥିବା ଦମ୍ପତିଙ୍କ ୫ ବର୍ଷର ପିଲାଟି ଆହତ ହୋଇଛି। ବେଙ୍ଗାଲୁରୁର ଗୋଟିଏ ଜନଗହଳୀପୂର୍ଣ୍ଣ ରାସ୍ତାରେ ଘଟିଥିବା ଏହି ଘଟଣାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବାଇକରେ ଥିବା ଦୁଇ ଜଣ ଯୁବକ କାର୍ରେ ଯାଉଥିବା ଦମ୍ପତିଙ୍କୁ ଦୁଇ ଥର ଅଟକାଇବା ସହ ଆହତ ପିଲାଟିର ବାପା ଅନୁପଙ୍କୁ ଝରକା କାଚ ତଳକୁ ଖସାଇବା ପାଇଁ କହିଥିଲେ। ସେ କାର୍ର କାଚ ତଳକୁ ନ କରିବାରୁ ଦୁଇ ଯୁବକ ଗୋଟିଏ ପଥର ଦ୍ୱାରା ଏହାକୁ ଭାଙ୍ଗି ଦେଇଥିଲେ।
କାଚ ମାଡ଼ ହେବାରୁ ପଛ ସିଟରେ ବସିଥିବା ଅନୁପଙ୍କ ପୁଅ କାନ୍ଦିବା ଆରମ୍ଭ କରିଥିଲେ। ତା’ ଦେହରୁ ରକ୍ତ ବାହାରିବାରୁ ଅନୁପ ଚିତ୍କାର କରିଥିଲେ। ଏହାପରେ ପିଲାଟିକୁ ହସ୍ପିଟାଲ ନିଆଯାଇଥିଲା।