IBN ଓଡ଼ିଶା ବ୍ୟୁରୋ

ନିଦ ଆସୁ ନଥିଲେ ମଧ୍ୟ ବାରମ୍ବାର କାହିଁକି ଆସେ ହାଇ, ଜାଣିଲେ ତାଯୁବ ହେବେ ଆପଣ

ହାଇ’ର ଭାଇ ଅଛି । କାରଣ ଯେତେବେଳେ ସାମ୍ନାରେ ବସିଥିବା ବ୍ୟକ୍ତି ହାଇମାରେ, ସେତେବେଳେ ଆପଣଙ୍କୁ ମଧ୍ୟ ଆପେଆପେ ହାଇ ଆସିଯାଏ । ସେଥିପାଇଁ ଏହା ମଧ୍ୟ କୁହାଯାଏ ହାଇ ଏକ ସଂକ୍ରମଣ । କିନ୍ତୁ ଆପଣ ଜାଣିଛନ୍ତି କି ଏମିତି କାହିଁକି ହୁଏ ? ବେଳବେଳେ ନିଦ ଆସୁ ନଥିଲେ ମଧ୍ୟ ବାରମ୍ବାର ହାଇ କାହିଁକି ଆସେ ?

ହାଇ କେବଳ ନିଦ ଆସିବା ଯୋଗୁଁ ବାରମ୍ବାର ଆସି ନଥାଏ । ଯେତେବେଳେ ଆମେ କୌଣସି କାମ କରି ଅତ୍ୟଧିକ ଥକ୍କି ଯାଇଥାଉ, କିମ୍ବା ରାତିରେ ଅଧିକ ସମୟ ପାଠ ପଢିଥାଉ, କିମ୍ବା କୌଣସି ଜିନିଷକୁ ନେଇ ବୋର ହେଇଯାଉ, ସେତେବଳେ ହିଁ ଆମକୁ ହାଇ ଆସିଥାଏ । କାରଣ ଅତ୍ୟଧିକ କାମ କରିବା ଦ୍ବାରା ଆମ ଶରୀରର ତାପମାତ୍ରା ବଢି ଯାଇଥାଏ ଏବଂ ଶରୀରର ତାପମାତ୍ରା ବଢିବା ଦ୍ବାରା ମସ୍ତିଷ୍କ ମଧ୍ୟ ଗରମ ରୁହେ, ସେଥିପାଇଁ ହାଇ ଆସିଲେ ଏହା ଦ୍ବାରା କିଛି ବାୟୁ ଶରୀର ମଧ୍ୟକୁ ପ୍ରବେଶ କରେ ଏବଂ ସେଥିରେ ଥିବା ଅମ୍ଲଜାନ ମଧ୍ୟ ଶରୀରକୁ ପ୍ରବେଶ କରିଥାଏ ।

ଶରୀର ଭିତରକୁ ଅମ୍ଲଜାନ ପ୍ରବେଶ କରିବା ଦ୍ବାରା ଏହା ଶରୀରର ରକ୍ତକୁ ଥଣ୍ଡା ରଖେ । ଏହି ରକ୍ତ ମସ୍ତିଷ୍କକୁ ମଧ୍ୟ ଯାଇଥାଏ ଏବଂ ମସ୍ତିଷ୍କ ଥଣ୍ଡା ରହିଥାଏ । ଏକ ଗବେଷଣାରୁ ଜଣା ପଡିଛି ଯେତେବେଳେ ଆମ ମସ୍ତିଷ୍କ ଶାନ୍ତ ଥାଏ, କିମ୍ବା ଥଣ୍ଡା ଥାଏ, ସେତେବେଳେ ଆମକୁ ହାଇ ଆସି ନଥାଏ । କିନ୍ତୁ ଯେତେବେଳେ ଆମେ ମସ୍ତିଷ୍କ ଗରମ ଥାଏ ସେତେବେଳେ ଅଧିକ ହାଇ ଆସିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button