ରାଜ୍ୟ

ଶୈାଚ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା

ହିନେ୍ଦାଳ : ଶୈାଚ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା । ଦନ୍ତା ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ହି୍ଦୋଳ ଫରେଷ୍ଟ ରେଞ୍ଜ କଡଲା ଗାଁରେ ହାତୀ ଆତଙ୍କ । ମୃତକ ହେଉଛନ୍ତି ସେହି ଗାଁର ଦୀପକ ପ୍ରଧାନ। ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ। ଦୀପକଙ୍କୁ ଦଳି ମାରିଦେଇଛି ଦନ୍ତା। ଘଟଣା ଘଟିବାର ଦୀର୍ଘ ସମୟ ପରେ ମଧ୍ୟ ବନ ବିଭାଗ ଅଧିକାରୀ ପହଞ୍ଚି ନଥିବାରୁ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଅଞ୍ଚଳରୁ ହାତୀ ଘଉଡାଇବାକୁ ଦାବି କରିଛନ୍ତି ଗ୍ରାମବାସୀ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button