ରାଜ୍ୟ
୧୫ ଦିନ ଭିତରେ ସରିବ ସୁଭଦ୍ରାର ରିଜେକ୍ସନ ଯାଞ୍ଚ
ଭୁବନେଶ୍ୱର : ୧୫ ଦିନ ଭିତରେ ସରିବ ସୁଭଦ୍ରାର ରିଜେକ୍ସନ ଯାଞ୍ଚ । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦିଆଯାଉଛି । ମାଲକାନଗିରି , ଗଜପତି , କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି । କାଲି ଠାରୁ ମାଲକାନଗିରିରେ ଆରମ୍ଭ ହେବ ଯାଞ୍ଚ ।
ଅନ୍ୟପଟେ ସୁଭଦ୍ରା ଟଙ୍କାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା । କହିଲେ , ଏହି ମାସରେ ଯାହାକୁ ୨୧ ବର୍ଷ ହୋଇଥିବ ସେମାନଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ୧ କୋଟିଏ ୬ ଲକ୍ଷ ଆବେଦନ କରିଛନ୍ତି । ସେଥିରୁ ୨ ଲକ୍ଷ ୬୭ ଆବେଦନ ମଧ୍ୟରୁ ୨୨ ପ୍ରତିଶତ ଆବେଦନର ରିଭ୍ୟୁ ହୋଇଯାଇଛି । ବାକି ଆହୁରି ରିଭ୍ୟୁ ହେଉଛି । ବାକି ଯେଉଁମାନେ ନୂଆ ହିତାଧିକାରୀ ଅର୍ଥ ଯାହାକୁ ଏହି ମାସରେ ୨୧ ବର୍ଷ ହେଲା ସେମାନେ ମଧ୍ୟ ପାଇବେ ଏହି ଟଙ୍କା ।