ରାଜ୍ୟ

ସ୍ୱୀକୃତି ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ କିନ୍ନର  – Ibnodisha

[ad_1]

ଦେବଗଡ଼ : ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ରାଉରକେଲା ସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ କିନ୍ନର ମା ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରୌନକ ପ୍ଲାଜାଠାରେ ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରକଳ୍ପ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l କିନ୍ନର ମା ୱେଲଫେୟାର ଟ୍ରଷ୍ଟର ନିର୍ଦ୍ଧେଶିକା ଜୟା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ଯୋଗ ଦେଇ କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ସେମାନଙ୍କ ସାମାଜିକ ସୁରକ୍ଷା ସହ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ରୋଜଗାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରି କରାଯାଉଥିବା ସ୍ୱୀକୃତି ଯୋଜନା ଏବଂ ଏଥିରେ ଥିବା ସେମାନଙ୍କ ଅଧିକାର ବିଷୟରେ ସଚେତନ କରିଥିଲେ l

ଏହି ଅବସରରେ ଟ୍ରଷ୍ଟର ନିର୍ଦ୍ଧେଶିକା ଜୟା ତ୍ରିପାଠୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ସହ କିନ୍ନର ସମାଜ ପାଇଁ କେନ୍ଦ୍ର ସରକାର ଯାହା କରିପାରିନାହାନ୍ତି ରାଜ୍ୟ ସରକାର ତାହା କରି ଦେଖାଇଥିବାରୁ କିନ୍ନର ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କିନ୍ନର ସଙ୍ଘ ସଭାନେତ୍ରୀ ମହାମାୟା ମା ଓ ସମ୍ପାଦିକା ଲିଟୁ କାରିଗର ମଞ୍ଚାସିନ ଥିବାବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ କିନ୍ନର ଅଂଶ ଗ୍ରହଣ କରିଥିଲେ l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button