ରାଜ୍ୟ

ବିଜେଡି ଛାଡିଲେ ସବୁ ସିନେ ଷ୍ଟାର – Ibnodisha

[ad_1]

ଭୁବନେଶ୍ୱର : ନିର୍ବାଚନୀ ମାହୋଲ ଭିତରେ ଏବେ ବିଭିନ୍ନ ରାଜନେତା ମୂଳ ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ମିଳୁଛି ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା। ଦଳ ଛାଡୁଛନ୍ତି  ବିଜେଡିର ବରିଷ୍ଠ ନେତା, ପୂର୍ବତନ ବିଧାୟକ ଓ ସାଂସଦ। ଏହି କ୍ରମରେ ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି । ତେବେ ବିଜେଡିକୁ ଏକାଦିନେ ଅଲ୍‌ବିଦା କଲେ ଦୁଇ ସିନେ ଷ୍ଟାର । ସିନେ ଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଇସ୍ତଫା ଦେଲେ । ଚକୋଲେଟ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ବି ଛାଡିଲେ ବିଜେଡି । ତେବେ ୨ ଦିନ ତଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡିଥିଲେ । ଆଉ ଷ୍ଟାଇଲିସ୍ ହିରୋ ଅରିନ୍ଦମ ରାୟ ବି ନିକଟରେ ବିଜେଡି ଛାଡିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button