ରାଜ୍ୟ

ନବରଙ୍ଗପୁରରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଲଜ୍ଜା। ତେନ୍ତୁଳିଖୁଣ୍ଟି ବ୍ଲକରେ ୧୧ ବର୍ଷୀୟା ଉଲଗ୍ନ ନାବାଳିକାର ମୃତଦେହ ଠାବ ହୋଇଛି। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସ୍କୁଲ ପଛ ଏକ ବୁଦା ମୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କ ମୃତଦେହ ଠାବ ହେବା ପରେ ସନ୍ଦେହ ବଢିଯାଇଛି। ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଛି।

ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, କଣ୍ଟାଗାଁର ନାବାଳିକା ଜଣକ ମଙ୍ଗଳବାର ଅପରାହ୍ନ ଗୋଟାଏରୁ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ସନ୍ଧ୍ୟା ସୁଦ୍ଧା ନଫେରିବାରୁ ପରିବାର ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ।

ରାତି ପ୍ରାୟ ୮ଟା ବେଳେ ହାଇସ୍କୁଲ ପଛପଟ କଣ୍ଟାବୁଦା ମୂଳରେ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ଶବ ପଡିଥିବା ଦେଖିବାକୁ ମିଳିଥିଲା। ନାବାଳିକାର ଉଭୟ ହାତକୁ ଦଉଡିରେ ବନ୍ଧାଯାଇଥିଲା। ଶରୀରରେ ବିଭିନ୍ନ ସ୍ଥାନରୁ ରକ୍ତ ବୋହୁଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡୁଥିଲା, ନାବାଳିକାକୁ ଦୁର୍ଷ୍କର୍ମ ପରେ ହତ୍ୟା କରାଯାଇଛି। ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ପରେ ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। କାଲି ରାତିରୁ ପଡ଼ିରହିଛି ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ। ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଏକ ସ୍କୁଲ ପଛ ବୁଦା ମୂଳରେ ପଡ଼ିରହିଛି ଏହି ମୃତଦେହ।

Related Articles

Leave a Reply

Your email address will not be published. Required fields are marked *

Back to top button