ରାଜ୍ୟ

ଶଙ୍ଖ ଧରିଲେ ସୋର ପୌରପରିଷଦ ଅଧ୍ୟକ୍ଷ – Ibnodisha

[ad_1]

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋର ପୌରପରିଷଦର ଅଧ୍ୟକ୍ଷ ମାଧବ ଧଡ଼ା ତାଙ୍କ ସମର୍ଥକଙ୍କ ସହିତ ଶଙ୍ଖ ଧରିଛନ୍ତି । ମଙ୍ଗଳବାର ଶଙ୍ଖଭବନ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଉପସ୍ଥିତିରେ ଶ୍ରୀ ଧଡ଼ା ବିଜେଡିରେ ଯୋଗଦେଇଛନ୍ତି । ଧଡ଼ାଙ୍କ ବ୍ୟତୀତ ବରିଷ୍ଠ ବିଜେପିନେତା ଶେଖ ଲିଆକତ୍ ଅଲ୍ଲୀ, ଦିଲ୍ଲୀପ କୁମାର କର, ଜନ୍ମେଜୟ ପଣ୍ଡା ଓ ତାଙ୍କ ସମର୍ଥକ ବି ଯୋଗଦାନ କରିଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ଜେନା ଓ ପର୍ଶୁରାମ ଧଡ଼ା ଉପଢ଼ୌକନ ଦେଇ ଦଳକୁ ସ୍ୱାଗତ କରିଛନ୍ତି ।

ସମ୍ପ୍ରତି ସୋର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ୍ ହେବ ବୋଲି ଶ୍ରୀ ଜେନା ଓ ଶ୍ରୀ ପର୍ଶୁରାମ ଧଡ଼ା କହିଥିଲେ । ପରେ ଗଣମାଧ୍ୟମକୁ ମାଧବ ଧଡ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛି । ଦଳରେ ମୋତେ ଓ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଶେଷରେ ବିଜେଡି ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button